ETV Bharat / city

ASI ପାଇଁ ପୁରୀକୁ ବିପଦ ଆସିବ: ବିଜୟ ମହାପାତ୍ର

author img

By

Published : Jun 4, 2022, 6:24 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ASI ପାଇଁ ସବୁ ବିଭ୍ରାଟ ହେଉଥିବା କହିଲେ ବିଜୟ । ଅଧିକ ପଢନ୍ତୁ

ASI ପାଇଁ ପୁରୀକୁ ବିପଦ ଆସିବ: ବିଜୟ ମହାପାତ୍ର
ASI ପାଇଁ ପୁରୀକୁ ବିପଦ ଆସିବ: ବିଜୟ ମହାପାତ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏବଂ ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ବିଜୟ, ASI କୁ ବିଭ୍ରାଟର ମୁଖ୍ୟ କାରଣ ଏବଂ ଦୋଷୀ କହି ଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଶ୍ରୀମନ୍ଦିର ବଞ୍ଚାଓ ଅଭିଯାନ ସପକ୍ଷରେ ଥିବା ବ୍ୟକ୍ତିଙ୍କ ବିଜୟ ହୋଇଥିବା ଅପରାଜିତା କହିଛନ୍ତି ।

ASI ପାଇଁ ପୁରୀକୁ ବିପଦ ଆସିବ: ବିଜୟ ମହାପାତ୍ର

ତେବେ ବିଜୟ କହିଛନ୍ତି ଯେ, 'ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ ଜଣାଉଛି । କିନ୍ତୁ ASI ଏହି ମାମଲାର ମୁଖ୍ୟ ଦୋଷୀ । ବିଭ୍ରାଟର ମୁଖ୍ୟ କାରଣ ASI । ASI ପ୍ରହଳିକା ସୃଷ୍ଟି କରୁଛନ୍ତି, ତାଙ୍କ ପାଇଁ ଆଗକୁ ବହୁତ ବିପଦ ଆସିବ । ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରକଳ୍ପ ନେଇ ASI ମୁହଁ ଖୋଲିଲା ନାହିଁ ।' ASI ର ଏହି ଅବହେଳା ପାଇଁ ପୁରୀକୁ ବିପଦ ଆସିବ ବୋଲି ବିଜୟ କହିଛନ୍ତି ।

ସେପଟେ ସାଂସଦ ଅପରାଜିତା କହିଛନ୍ତି ଯେ, ମାମଲା ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବାବେଳେ ଦୁଇ ଆବେଦନକାରୀଙ୍କ ସୁପ୍ରିମକୋର୍ଟ ଯିବାର କୌଣସି ଅର୍ଥ ନଥିଲା । ତଥାପି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରୁ ରାଜ୍ୟ ସରକାର ଆମସର ଆକ୍ଟ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ । ଶ୍ରୀମନ୍ଦିର ବଞ୍ଚାଓ ଅଭିଯାନ ସପକ୍ଷରେ ଥିବା ବ୍ୟକ୍ତିଙ୍କ ବିଜୟ ହୋଇଛି । ଏହି ଫୈସଲା ଦ୍ବାରା ରାଜ୍ୟ ସରକାର କେଉଁ ସୀମା ମଧ୍ୟରେ ରହି କାମ କରିବେ ତାହା ସ୍ପଷ୍ଟ ହୋଇଯାଇଛି । ବର୍ତ୍ତମାନ ସୁପ୍ରିମକୋର୍ଟ ଦେଇଥିବା ରାୟ ଦ୍ବାରା ଆଗକୁ ଶ୍ରୀମନ୍ଦିର 100 ମିଟର ନିଶିଦ୍ଧାଞ୍ଚଳରେ କୌଣସି 46 ଫୁଟର 100 ମିଟର ବାହାରକୁ ନେବେ ।

ଏହି ରାୟ ପରେ ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ସୀମା ନିର୍ଦ୍ଧାରିତ ହୋଇଯାଇଛି । ରାଜ୍ୟ ସରକାର କେଉଁ ସୀମାରେ କାମ କରିବେ ତାହା ସ୍ପଷ୍ଟ ହୋଇଛି । ନିଷିଦ୍ଧାଞ୍ଚଳରେ କେବଳ ଯାତ୍ରୀଙ୍କ ସୁବିଧା ପାଇଁ କାମ ହୋଇପାରିବ । ଆଶା ଅଛି ରାଜ୍ୟ ସରକାର ଅଭ୍ୟର୍ଥନା କକ୍ଷକୁ ବାହାରକୁ ନେବେ ବୋଲି ଅପରାଜିତା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ, ଆଗାମୀ ଦିନରେ ଯାତ୍ରୀଙ୍କ ସୁବିଧା ପାଇଁ ନିଷିଦ୍ଧଞ୍ଚାଳରେ ASI ସହ ସମନ୍ବୟ ରଖି ରାଜ୍ୟ ସରକାର କାର୍ଯ୍ୟ କରିବେ । କୌଣସି ବଡ଼ ଏବଂ ଭାରି ମେସିନ ଲାଗିବ ନାହିଁ । ମନ୍ଦିର ସୁରକ୍ଷାକୁ ଆଖି ଅଗରେ ରଖି କାମ ହେବ । ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନାହୁଁ । ଆଇନ ଭିତରେ ସବୁ କାମ ହେଉ ବୋଲି ଅପରାଜିତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.