ETV Bharat / city

କୋଷ୍ଟାଲ ହାଇୱେ ପ୍ରକଳ୍ପ: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଅଟକିଛି କାର୍ଯ୍ୟ

author img

By

Published : Aug 12, 2021, 8:54 PM IST

ରାଜ୍ୟ ସରକାରଙ୍କ ଆନ୍ତରିତକା ଅଭାବ ଯୋଗୁଁ କୋଷ୍ଟାଲ ହାଇୱେ କାର୍ଯ୍ୟ ସମ୍ଭବ ହେଉନାହିଁ । ଅଭିଯୋଗ କଲେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ । ଅଧିକ ପଢନ୍ତୁ...

କୋଷ୍ଟାଲ ହାଇୱେ ପ୍ରକଳ୍ପ: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଅଟକିଛି କାର୍ଯ୍ୟ
କୋଷ୍ଟାଲ ହାଇୱେ ପ୍ରକଳ୍ପ: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଅଟକିଛି କାର୍ଯ୍ୟ

ଭୁବନେଶ୍ବର: କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ ଦୋଷ ଦେଲା ବିଜେପି । ସରକାରଙ୍କ ଆନ୍ତରିତକା ଅଭାବ ଯୋଗୁଁ ଏହି ହାଇୱେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ । ମୋଦି ସରକାରଙ୍କ କୋଷ୍ଟାଲ ହାଇୱେ ଦ୍ବାରା ଓଡିଶାର ବିକାଶ ହେବ । ରାଜ୍ୟରେ ଶିଳ୍ପାୟନ ବଢିବା ସହ ନିଯୁକ୍ତି ସୃଷ୍ଟି ହେବ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି । ହେଲେ ରାଜ୍ୟ ବିଜେଡି ସରକାରଙ୍କ ମୋଦି ସରକାରଙ୍କ ପ୍ରତି ଅସୂୟା ଭାବ ଯୋଗୁଁ ଏହା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ।

କୋଷ୍ଟାଲ ହାଇୱେ ପ୍ରକଳ୍ପ: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଅଟକିଛି କାର୍ଯ୍ୟ

ଦିଲ୍ଲୀପ କହିଛନ୍ତି ଯେ 480ଟି ସମୁଦ୍ର କୂଳ କୋଷ୍ଟ ଲାଇନ ବିକାଶ ହେଲେ ଓଡ଼ିଶାର ଉନ୍ନତି ହେବ । ହେଲେ ଶାସକ ଦଳ ଏବଂ ଏହାର ବିଧାୟକ ଓ ପ୍ରତିନିଧି ଏହା ଚାହୁଁ ନାହାନ୍ତି । ରାଜ୍ୟ ସରକାର ରେଲୱେ ଲାଇନ ପାଇଁ ଜମି ଅଧିଗ୍ରହଣ କରି ପାରୁନାହାଁନ୍ତି । ହେଲେ ରେଲୱେ ପଇସା ଦେବାକୁ ପ୍ରସ୍ତୁତ ଅଛି । ରାଜ୍ୟ ସରକାର ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବେ ଏହା ସମ୍ଭବ ହୋଇପାରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.