ETV Bharat / city

ପଛୁଆବର୍ଗଙ୍କୁ ଅଧିକାରରୁ ବଞ୍ଚିତ କରିଛନ୍ତି ସରକାର: ଲେଖାଶ୍ରୀ ସାମନ୍ତସିଂହାର

author img

By

Published : Jan 15, 2020, 8:21 AM IST

ଜାତିଗତ ଜନଗଣନା କଥା କହୁଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ ପଛୁଆବର୍ଗଙ୍କ ଚିହ୍ନଟ ପ୍ରକ୍ରିୟାରେ କାହିଁକି ବିଳମ୍ବ କରିଛନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି ବିଜେପି ।

sebc caste
ଜନଗଣନା ରାଜନୀତି

ଭୁବନେଶ୍ବର: ଜୋର ଧରିବାରେ ଲାଗିଛି ଜାତିଗତ ଜନଗଣନା ରାଜନୀତି । ଜନଗଣନା ସହ ରାଜ୍ୟରେ ଆର୍ଥିକ,ସାମାଜିକ ଓ ଜାତିଗତ ଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଓଡ଼ିଶାରେ ରାଜନୀତି ଜୋର ଧରିଛି । ଜାତିଗତ ଜନଗଣନା କଥା କହୁଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ ପଛୁଆବର୍ଗଙ୍କ ଚିହ୍ନଟ ପ୍ରକ୍ରିୟାରେ କାହିଁକି ବିଳମ୍ବ କରିଛନ୍ତି ବୋଲି ପ୍ରଶ୍ନ କରି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡିକୁ ଘେରିବାକୁ ଉଦ୍ୟମ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଜନଗଣନା ରାଜନୀତି

ରାଜ୍ୟରେ ପଛୁଆବର୍ଗଙ୍କ ଚିହ୍ନଟ ପ୍ରକ୍ରିୟାରେ କାହିଁକି ବିଳମ୍ବ କରିଛନ୍ତି ରାଜ୍ୟ ସରକାର । ଯାହା ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ରାଜ୍ୟ ସରକାର ଛିନ୍ନ କରିଥିବା ସେ କହିଛନ୍ତି । ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଜେଡି ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଓଡିଶା ସରକାର ନିଜକୁ ଭାରତର ସମ୍ବିଧାନର ଉର୍ଦ୍ଧ୍ବ ବୋଲି ଭାବୁଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଗତ ୩୦ ବର୍ଷ ପୂର୍ବରୁ ମଣ୍ଡଳ କମିଶନ ପାରିତ ହୋଇଥିଲା । ମାତ୍ର ଦେଶର ସବୁ ରାଜ୍ୟ ଏହାକୁ ସମ୍ମାନ ଦେଇ ଲାଗୁ କରିଥିବାବେଳେ ରାଜ୍ୟ ସରକାର ୩୦ ବର୍ଷ ଭିତରେ ପଛୁଆବର୍ଗ ମାନଙ୍କୁ ସମ୍ବିଧାନର ଅଧିକାର ଦେଲେ ନାହିଁ । ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ଢେର ଅଧିକ, ଓଡ଼ିଶାରେ ଗୋପାଳ, ଚଷା, କୁମ୍ଭାର,କୂଳଟା, ଗୋଲା ଭଳି ପଛୁଆବର୍ଗଙ୍କୁ ଅଧିକାର ମିଳିବା କଥା । ସେଠାରେ କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଏହାକୁ ଲାଗୁ କରୁନାହାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଜାତିଭିତିକ ଗଣନା ପ୍ରସଙ୍ଗରେ ତେଜିଲା ରାଜନୀତି।


Body:ରାଜ୍ୟରେ ପଛୁଆବର୍ଗଙ୍କ ଚିହ୍ନଟ ପ୍ରକ୍ରିୟାରେ କାହିଁକି ବିଳମ୍ବ କରିଛନ୍ତି ରାଜ୍ୟ ସରକାର।ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାରକୁ ଛିନ୍ନ କରିଛନ୍ତି ରାଜ୍ୟ ସରକାର।ଜାତିଭିତିକ ଗଣନା ପ୍ରସଙ୍ଗରେ ବିଜେଡି ରାଜନୀତି କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର।ଓଡିଶା ସରକାର ନିଜକୁ ଭାରତର ସମ୍ବିଧାନର ଉର୍ଧ୍ବରେ ବୋଲି ଭାବୁଛନ୍ତି।ମଣ୍ଡଳ କମିଶନ ୩୦ ବର୍ଷ ତଳେ ପାରିତ ହୋଇଥିଲା ଦେଶର ସବୁ ରାଜ୍ୟ ଏହାକୁ ସମ୍ମାନ ଦେଇ ଲାଗୁ କରିଛନ୍ତି,ହେଲେ ରାଜ୍ୟ ସରକାର ୩୦ ବର୍ଷ ଭିତରେ ପଛୁଆବର୍ଗ ମାନଙ୍କୁ ସମ୍ବିଧାନର ଅଧିକାର ଦେଲେ ନାହିଁ।ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ଢେର ଅଧିକ,ଓଡ଼ିଶାରେ ଗୋପାଳ, ଚଷା, କୁମ୍ଭାର,କୂଳଟା, ଗୋଲା ଭଳି ପଛୁଆବର୍ଗଙ୍କୁ ଅଧିକାର ମିଳିବା କଥା କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଏହାକୁ ଦେଉନାହାନ୍ତି ।




byt ଲେଖାଶ୍ରୀ ସାମନ୍ତସିଂହାର ,ବିଜେପି ନେତ୍ରୀ


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.