ETV Bharat / city

ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା BJP

author img

By

Published : Jan 19, 2022, 9:06 AM IST

Updated : Jan 19, 2022, 1:12 PM IST

ରାଜ୍ୟରେ ସରଗରମ ରହିଛି ପଞ୍ଚାୟତ ନିର୍ବାଚନ ଉଷ୍ମତା । ବିଭିନ୍ନ ଦଳ କସରତ ଆରମ୍ଭ କରି ଦେଇଛି । ଭୋଟର ତାଲିକା ପ୍ରସଙ୍ଗରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ଅଧିକ ପଢନ୍ତୁ

ଭୋଟର ତାଲିକାରେ ଅନିୟମିତତା ନେଇ BJPର ଅଭିଯୋଗ
ଭୋଟର ତାଲିକାରେ ଅନିୟମିତତା ନେଇ BJPର ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ ସରଗରମ ରହିଛି ପଞ୍ଚାୟତ ନିର୍ବାଚନ ଉଷ୍ମତା । ବିଭିନ୍ନ ଦଳ କସରତ ଆରମ୍ଭ କରି ଦେଇଛି । କିପରି ଭୋଟରଙ୍କ ମନ ଜିଣିବେ ସେ ନେଇ ଆରମ୍ଭ ହୋଇଛି ରଣନୀତି । ଏହାରି ଭିତରେ ଗୋଟିଏ ଦଳ ଅନ୍ୟ ଦଳର ତ୍ରୁଟି ଖୋଜିବାରେ ଲାଗିଛି । ଭୋଟର ତାଲିକା ପ୍ରସଙ୍ଗରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।

ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା BJP

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ବରେ 11 ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ପ୍ରତିନିଧି ଦଳ ଅଭିଯୋଗ କରିଛି ଭୋଟର ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଛି । ଖାସ କରି ଶାସକ ଦଳର ଇଙ୍ଗିତରେ ଉଦେଶ୍ୟମୂଳକ ଭାବେ ବିଜେପି ସମର୍ଥିତ ବ୍ୟକ୍ତିବିଶେଷ ଓ ତୃଣମୁଳ ସ୍ତରରେ ଥିବା ନେତାଙ୍କ ନାମକୁ ବାଦ ଦିଆ ଯାଇଛି । ଏହି ଘଟଣାରେ ରାଜ୍ୟ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବା ଜରୁରୀ ।

ମନମୋହନ ସାମଲ ଆହୁରି କହିଛନ୍ତି ଗଣତନ୍ତ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି । ଏହା ସମ୍ବିଧାନ ପ୍ରଦତ୍ତ ଅଧିକାର । ତେଣୁ ଚଞ୍ଚକତା କରି ଯେଉଁ ବ୍ୟକ୍ତିବିଶେଷଙ୍କ ନାମ ବାଦ ଦିଆଯାଇଛି ସର ଜମୀନ ତଦନ୍ତ କରି ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯାଉ । କମିଶନ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Jan 19, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.