ETV Bharat / city

ଅନ୍ଧାରରେ ବାଡି ବୁଲାଉଛନ୍ତି ବିରୋଧୀ: ପ୍ରମିଳା

author img

By

Published : May 17, 2021, 4:27 PM IST

Updated : May 17, 2021, 9:12 PM IST

ଗ୍ରାମାଞ୍ଚଳରେ ସଂକ୍ରମଣ ବଢିବା ନେଇ ବଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଗ୍ରାମାଞ୍ଚଳରେ ଅଭିଯୋଗ ଆସିଲେ କ୍ୟାମ୍ପ କରି ଟେଷ୍ଟ ବ୍ୟବସ୍ଥା କରାଯାଉଛି । ବିରୋଧୀ କେବଳ ଅନ୍ଧାରରେ ବାଡି ବୁଲାଉଛନ୍ତି ବୋଲି ବିଜେ଼ଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି । ଅଧିକ ପଢନ୍ତୁ...

ଅନ୍ଧାରରେ ବାଡି ବୁଲାଉଛନ୍ତି ବିରୋଧୀ: ପ୍ରମିଳା
ଅନ୍ଧାରରେ ବାଡି ବୁଲାଉଛନ୍ତି ବିରୋଧୀ: ପ୍ରମିଳା

ଭୁବନେଶ୍ବର: ଗ୍ରାମାଞ୍ଚଳରେ ସଂକ୍ରମଣ ବଢିବା ନେଇ ବଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଏନେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ଗ୍ରାମାଞ୍ଚଳରେ ଅଭିଯୋଗ ଆସିଲେ କ୍ୟାମ୍ପ କରି ଟେଷ୍ଟ ବ୍ୟବସ୍ଥା କରାଯାଉଛି । ସବୁ ଆଡେ ସାନିଟାଇଜ କରାଯାଉଛି । ବିଡିଓ ତହସିଲଦାରଙ୍କ ପ୍ରୟାସରେ ଟିମ କରି ଟେଷ୍ଟ ଓ ସାନିଟାଇଜ କରାଯାଉଛି ।

ଅନ୍ଧାରରେ ବାଡି ବୁଲାଉଛନ୍ତି ବିରୋଧୀ: ପ୍ରମିଳା

ବିରୋଧୀ ସରକାରୀ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ ବୋଲି ପ୍ରମିଳା ମଲ୍ଲିକ ପରାମର୍ଶ ଦେଇଛନ୍ତି । ଦାୟିତ୍ବରେ ଥିବା ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରନ୍ତୁ । ଯଦି କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ତୃଟି ଦେଖାଯାଉଛି ଜଣାନ୍ତୁ । ଅନ୍ଧାରରେ ବାଡି ବୁଲାନ୍ତୁ ନାହିଁ । ବିଭିନ୍ନ ବ୍ଲକରେ କ୍ଲଷ୍ଟର କରି ଟିଏମସି ଖୋଲାଯାଇଛି । ପଜିଟିଭ ବାହାରିଲେ ଟିଏମସିରେ ରହିବେ । ଯେଉଁ ମାନଙ୍କର ଘରେ ସଂଗରୋଧ ରହିବାର ସୁବିଧା ନାହିଁ ସେମାନେ ରହିପାରିବେ । ଓଡ଼ିଶାର ଶ୍ରମିକ ମାନଙ୍କୁ ବିଭିନ୍ନ ରାଜ୍ୟରେ ସଠିକ ଭାବେ ରଖାଯାଉନି । ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ମତରୁ ଯାହା ନିଷ୍କର୍ସ ବାହାରିବ ସରକାର ବିଚାରକୁ ନେବେ ।

ଅପବାଦ ଦେବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି । କେଉଁଠି ତୃଟି ରହୁଛି ଜଣାନ୍ତୁ । ପ୍ରବାସୀ ମାନେ ଫେରିବା ପରେ ଗାଁରେ ସଂକ୍ରମଣ ବଢୁଛି । କ୍ଲଷ୍ଟର କରି ଟିଏମସି କରାଯାଇ ବ୍ୟବସ୍ଥା କରାଯାଉଛି । ଆମେ ଲୋକଙ୍କ ସମସ୍ୟା ବୁଝୁଛୁ । କିପରି ସରକାରୀ ସୁବିଧା ପହଁଞ୍ଚିବ ବ୍ୟବସ୍ଥା କରୁଛୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 17, 2021, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.