ETV Bharat / city

Gas Price Hike: କେନ୍ଦ୍ର ବିରୋଧରେ ଗର୍ଜିଲା BJD, ଚୁଲି ଜାଳି ରାସ୍ତାରେ ରାନ୍ଧିଲେ ଭାତ

author img

By

Published : Nov 23, 2021, 4:48 PM IST

Updated : Nov 23, 2021, 7:02 PM IST

BJD
କେନ୍ଦ୍ର ବିରୋଧରେ ଭଦ୍ରକ ବିଜେଡିର ଜୋରଦାର ବିକ୍ଷୋଭ ପ୍ରଦର୍ଶନ

18:40 November 23

ସୁନ୍ଦରଗଡରେ ବିଜେଡିର ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ

ସୁନ୍ଦରଗଡରେ ବିଜେଡିର ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ

ସୁନ୍ଦରଗଡ: ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦର ଆନ୍ଦୋଳନ  । ନବୀନ ବାବୁଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳର ମହିଳାମାନେ ଏହି ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତେବେ ଆଜି ଏହି ବିରୁଦ୍ଧାଭାସରେ ବିଜୁ ମିହିଳାଙ୍କ ସହ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଯୋଡିଛି । ସୁନ୍ଦରଗଡରେ ଏହାର ବେଶ ପ୍ରଭାବ ପଡିଛି । ତେବେ ଏଥିରେ ଯଦି କେନ୍ଦ୍ର ସରକାର ସୁଧାର ନ ଆଣନ୍ତି ତେବେ ଏହି ଆନ୍ଦୋଳନ ଜୋରଦାର ହେବ , ଏଥିରେ ସମସ୍ତ ବର୍ଗର ଲୋକେ ମିଶିବେ। ଦରକାର ପଡିଲେ ଦିଲ୍ଲୀ ଦରବାରରେ ଆନ୍ଦୋଳନ ହେବ ସେଥିପାଇଁ ମୋଦି ଦାୟୀ ରହିବେ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡ ମ୍ୟନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଗ୍ୟାସ ସିଲିଣ୍ଡିରକୁ ଧଳା ଲୁଗାରେ ଢାଙ୍କି ତାକୁ ମୃତ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାସ ଯୋଜନାକୁ ମୃତ ଘୋଷାଣ କରିବା ସହ କାଠ ଓ ମାଟି ଚୂଲିକୁ ଆପଣେଇଛନ୍ତି । ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବାସହ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଦର ବିଡିଓ ଓ ସୁନ୍ଦରଗଡ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ଦେବା ସହ ରାଷ୍ଟ୍ରପତିଙ୍କ ସୁଚିନ୍ତିତ ପଦକ୍ଷେପ ଦାବି କରିଛନ୍ତି । ବିଜୁ ଜନତା ଦଳର ଏହି ବିକ୍ଷୋଭ ସଭାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଯୋଗେଶ କୁମାର ସିଂ , ରାଜ୍ୟ ମହିଳା ଉପସଭାପତି ସୁନିତା ବିଶ୍ବାଳ, ସୁନ୍ଦରଗଡ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ରଞ୍ଜନା ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଅଶ୍ଵିନୀ କୁମାର ନାଏକ, ପୂର୍ବତନ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ କର, ଆଇନଜୀବି ସାମ୍ମୁଖ୍ୟ ଜିଲ୍ଲା ଆବାହକ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

18:33 November 23

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର ବିଜେଡି

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର ବିଜେଡି

ବଲାଙ୍ଗୀର: ଜିଲ୍ଲା ବିଜେଡି ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଯେଉଁଥିରେ ମହିଳା ବିଜେଡି, ଛାତ୍ର ବିଜେଡି ଓ ଜିଲ୍ଲା ବିଜେଡିର ଶତାଧିକ କର୍ମୀ ସାମିଲ ହୋଇଥିଲେ। ତେବେ କେନ୍ଦ୍ର ସରକାର ଜାଳେଣି ଗ୍ୟାସ ଉପରେ ଶତ ପ୍ରତିଶତ ଟ୍ୟାକ୍ସ ନେଇ କମ୍ପାନୀ ପୋଷା ନୀତି ଧରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଉଜ୍ବଳା ଯୋଜନାରେ ଗରିବ ଲୋକଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ କରିଛି ବିଜେଡି । ସମାନ ଭାବରେ ଦେଶରେ ପେଟ୍ରୋଲ ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏଥି ପାଇଁ ଦର ଦାମ ବୃଦ୍ଧି ପାଉଥିବାର ଏମାନେ କହିଛନ୍ତି। ସେହିପରି ଏହା ଉପରେ କେନ୍ଦ୍ର ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି  ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

15:29 November 23

ଦରଦାମ ବୃଦ୍ଧିକୁ ନେଇ ସୁବର୍ଣ୍ଣପୁର ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଦରଦାମ ବୃଦ୍ଧିକୁ ନେଇ ସୁବର୍ଣ୍ଣପୁର ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅହେତୁକ ଦରଦାମ ବୃଦ୍ଧି ଦାବିରେ କେନ୍ଦ୍ର ସରକାଙ୍କ ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସଦର ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ସେହିପରି ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଓ ତେଜରାତି ସାମଗ୍ରୀର ଅହେତୁକ ଦରବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି । ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ କେନ୍ଦ୍ର ସରକାର ନେଉଥିବା ଶୁଳ୍କ କମାଇବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ସଦର ମହକୁମାରେ ବିଜେଡି ନେତା ଓ କର୍ମୀମାନେ ବିଜୁ ପଟ୍ଟନାୟକ ଛକରେ ଜମା ହୋଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବିରାଟ ଶୋଭାଯାତ୍ରାରେ ବ୍ଳକ କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

15:28 November 23

କେନ୍ଦ୍ର ବିରୋଧରେ ଭଦ୍ରକ ବିଜେଡିର ଜୋରଦାର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ବିରୋଧରେ ଭଦ୍ରକ ବିଜେଡିର ଜୋରଦାର ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ: ଜିଲ୍ଲାର ବିଭିନ୍ନ ସ୍ଥାନରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ବିରୋଧରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏଥିସହ ସାଧାରଣ ବ୍ୟବହାର ଉପଯୋଗୀ ସାମଗ୍ରୀର ଦର ବୃଦ୍ଧି କାରଣରୁ ଗରିବ ସମେତ ସମସ୍ତ ବର୍ଗର ଲୋକଙ୍କ ଉପରେ ଆର୍ଥିକ ବୋଝ ଦେଖାଦେଉଛି । ଲୋକଙ୍କ ଭାବନା ସହ ଖେଳ ଖେଳି ବିଜେପିର ଦେଶର ଆର୍ଥିକ ମାନଦଣ୍ଡକୁ ଧୂଳିସାତ କରି ଚାଲିଛି । 2016/17 ଆର୍ଥିକ ବର୍ଷରେ ରନ୍ଧନ ଗ୍ୟାସ ଦର 550 ଟଙ୍କା ମଧ୍ୟରେ ସୀମିତ ଥିବା ବେଳେ ସଂପ୍ରତି ହଜାରେ ଟଙ୍କାକୁ ଟପିଲାଣି । ଅନ୍ୟପଟେ ତୈଳ ଦର ବୃଦ୍ଧି ହେତୁ ଯାନବାହାନ ଚଳାଚଳରେ ବ୍ୟାଘାତ ଘଟୁଛି। ଏଥିସହ ଡାଲି, ଖାଇବା ତେଲ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ହେଉଛି । ଯାହାକୁ ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 

ଆଚ୍ଛାଦିନ୍ ଆୟେଗା ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ଶାସନ କ୍ଷମତା ପାଇବା ପରେ ଲୋକଙ୍କୁ ଆର୍ଥିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଛି । ଏହି ରନ୍ଧନ ଗ୍ୟାସ ଦର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ କରାନଯିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ । ଆଗାମି ଦିନରେ ରାଜରାସ୍ତାରେ ଲଢେଇ କରିବ ବୋଲି ବିକ୍ଷୋଭ ଓ ଶୋଭାଯାତ୍ରାରେ ମତ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ବ୍ଲକ ଓ ପୌରୋପାଳିକା ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଥିଲା । ହାତରେ ଫ୍ଲା-କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ଯୁବ, ଛାତ୍ର ଓ ମହିଳା ବିଜେଡି ମିଳିତଭାବେ ପ୍ରତିବାଦ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶେଷରେ ମହାମାନ୍ୟ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।  

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

15:27 November 23

ଗ୍ୟାସଦର ବୃଦ୍ଧି ପ୍ରତିବାଦ, ଚୁଲି ଜାଳି ରାଜରାସ୍ତାରେ ରାନ୍ଧିଲେ ଭାତ

ଗ୍ୟାସଦର ବୃଦ୍ଧି ପ୍ରତିବାଦ, ଚୁଲି ଜାଳି ରାଜରାସ୍ତାରେ ରାନ୍ଧିଲେ ଭାତ

କେନ୍ଦୁଝର:  ଅତ୍ୟାବଶ୍ୟକ ତୈଳ ଦର ବୃଦ୍ଧି ନେଇ ସାରା ଦେଶରେ ଏବେ ତାତି । ଏହା ସହ ଗ୍ୟାସର କ୍ରମାଗତ ଦର ବୃଦ୍ଧି ଲୋକଙ୍କୁ ନିରାଶ କରିଛି । ଯାହାକୁ ନେଇ ବିଜୁ ଜନତା ଦଳ ତରଫରୁ ତୀବ୍ର ବିରୋଧ କରାଯିବା ସହ ପ୍ରତିବାଦ ସଭା କରାଯାଉଛି l ଆଜି କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ପ୍ରତିବାଦ ସଭା କରାଯାଉଛି । ସ୍ଥାନୀୟ କାଳୀ ପଡିଆରୁ ବିଜୁ ମହିଳା ଜନତା ଦଳ, ଛାତ୍ର ଜନତା ଦଳ, ଯୁବ ଜନତା ଦଳର ହଜାର ହଜାର କର୍ମୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନେତୃତ୍ବରେ ବହୁ ମହିଳା ନେତ୍ରୀ ଗ୍ୟାସ କୋକେଇ ରଖି ଚୁଲି ଜାଳି ହାଣ୍ଡିରେ ଭାତ ରାନ୍ଧିଥିଲେ । ଏହି ପ୍ରତିବାଦ ସଭାରେ ବହୁ ନେତା ଯୋଗଦେଇ କେନ୍ଦ୍ର ସରକାର ଆଛେ ଦିନ ନାରା କେବଳ ନାରାରେ ସୀମିତ ରହିବା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ମତବ୍ୟକ୍ତ କରିଥିଲେ । ସଭାରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ବିରୋଧ କରାଯାଇଥିଲା l ଯଦି ଆଗାମୀ ଦିନରେ ଗ୍ୟାସ ଦର ନିୟନ୍ତ୍ରଣକୁ ନଆସେ ତେବେ ଆଗାମୀ ଦିନ ରେ ବିଜୁଜନତା ଦଳ ତରଫରୁ ଆହୁରି ତୀବ୍ର ବିରୋଧ କରାଯିବା ନେଇ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

14:45 November 23

ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ରହ୍ମଗିରି ବିଜୁ ଜନତା ଦଳର ବିକ୍ଷୋଭ

ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ରହ୍ମଗିରି ବିଜୁ ଜନତା ଦଳର ବିକ୍ଷୋଭ

ବ୍ରହ୍ମଗିରି: ଅହେତୁକ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ ଶତାଧିକ ବିଜେଡ଼ି  କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବ୍ରହ୍ମଗିରି ବସ ଷ୍ଟାଣ୍ଡଠାରୁ ଏକ ବିରାଟ ରାଲି କରି କେନ୍ଦ୍ର ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ବ୍ଲକ ପଯ୍ୟନ୍ତ ଯାଇଥିଲେ । ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରନ୍ଧନ ଗ୍ୟାସ ଏବଂ ସଧାରଣ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ବିରୋଧ କରାଯାଇଥିଲା। ଏହାରି ପ୍ରତିବାଦରେ ବ୍ରହ୍ମଗିରି ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Nov 23, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.