ETV Bharat / city

Price Hike Protest: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି

author img

By

Published : Dec 2, 2021, 8:03 PM IST

ପୁଣି ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ କରାଯାଇଛି ଧାରଣା ଓ ପଦଯାତ୍ରା । ରାଜଭବନ ସାମ୍ନାରେ ଦେଖିବାକୁ ମିଳିଛି ଦରଦାମ ବୃଦ୍ଧିର ତାତି । ଅଧିକ ପଢ଼ନ୍ତୁ

BJD Price Hike Protest: ରାଜଭବନ ସାମ୍ନାରେ ବିଜେଡିର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦ
BJD Price Hike Protest: ରାଜଭବନ ସାମ୍ନାରେ ବିଜେଡିର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ବର: ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯାଇଛି । ଧାରଣା ଓ ପଦଯାତ୍ରାରେ ସାମିଲ ହୋଇଥିଲେ ଦଳର ଅନେକ ବିଧାୟକ । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକୁ ଜୋରଦାର କରିଛି ଦଳ । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମାଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି । ପରିବା ବଜାରରେ ମଧ୍ୟ ଦର ବୃଦ୍ଧି ତାତି ଦେଖିବାକୁ ମିଳିଛି । ଗରିବ ଖଟିଖିଆଙ୍କ ହାଣ୍ଡିଶାଳରୁ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ ଯେମିତି ଉଭାନ ହୋଇଗଲାଣି ବୋଲି ବିଜେଡି ଅଭିଯୋଗ କରିଛି ।

BJD Price Hike Protest: ରାଜଭବନ ସାମ୍ନାରେ ବିଜେଡିର ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦ
ପୂର୍ବରୁ ନଭେମ୍ବର ୨୨, ୨୩ ଓ ୨୪ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସହ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିଥିଲା ଦଳ । ଆଜି(ଗୁରୁବାର)ର ଏହି ପ୍ରତିବାଦ ସଭାରେ ୫ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ତଥା ସାଧାରଣ ସମ୍ପାଦକ(ଯୁବଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।ଉପସ୍ଥିତ ଛାତ୍ର, ଯୁବକ ଓ ବରିଷ୍ଠ ନେତାମାନେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲଗାମଛଡା ଦରବୃଦ୍ଧି କରିବା ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକେ କିଭଳି ଦରବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଇବା ସହିତ ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଦର ନକମାନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଯୁବ ଓ ଛାତ୍ରନେତା ।ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ଏଥିରେ ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.