ETV Bharat / city

ନବୀନ ନିବାସ ସାମ୍ନାରେ ଥିବା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Sep 25, 2022, 8:16 PM IST

ନବୀନ ନିବାସ ନିକଟରେ ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ପାଇଁ ଧମକ । ନ୍ୟାୟ ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢ଼ନ୍ତୁ

ନବୀନ ନିବାସ ସାମ୍ନାରେ ଥିବା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ନବୀନ ନିବାସ ସାମ୍ନାରେ ଥିବା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ନବୀନ ନିବାସ ସାମ୍ନାରେ ଥିବା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ(A woman to commit suicide climbed a tree in front of Naveens residence) । ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ(Naveens residence) ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ପାଇଁ ଧମକ ଦେଉଥିଲେ । ଏହି ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ନବୀନ ନିବାସ ସାମ୍ନାରେ ଥିବା ଗଛରେ ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଏତେ ମାତ୍ରରେ ସିକ୍ୟୁରିଟି ଥାଇ ମଧ୍ୟ କିଭଳି ଜଣେ ମହିଳା ଗଛ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ମହିଳାଙ୍କୁ ଉଦ୍ଧାର କରାଯିବା ସମୟରେ ପୁଲିସ ସହିତ ଟଣାଓଟରା ହୋଇଥିଲା । କିନ୍ତୁ ମହିଳାଙ୍କୁ ଗଛରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଗିରଫ ଭୟରେ ଖସିଯିବାକୁ ଚାହୁଁଥିଲେ ।

ଏହାପରେ ତାଙ୍କୁ କାବୁ କରି ନିଆଯାଇଥିଲା । ଏନେଇ ସମ୍ପୃକ୍ତ ମହିଳା ଜଣକ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରି କହିଥିଲେ, ''ନ୍ୟାୟ ନପାଇ ନିରାଶ ହୋଇଛନ୍ତି । ‌ଦୀର୍ଘ 23 ବର୍ଷ ଧରି ପୁଲିସ ଠାରୁ ନ୍ୟାୟ ପାଇ ପାରିନାହାଁନ୍ତି । ମୋତେ ନ୍ୟାୟ ମିଳୁନି । ବରଂ ପୁଲିସ ମୋତେ ଗିରଫ କରିବାକୁ ଚାହୁଁଛି । ତୁ ମରିଗଲେ ସରକାର କ’ଣ ଦାୟୀ ରହିବେ ବୋଲି ପୁଲିସ କହୁଛି । ମୋ ସ୍ଵାମୀ ମୋତେ ଛାଡ଼ି ଚାଲିଗଲେ । ମୋତେ ଏ ଯାଏଁ ନ୍ୟାୟ ମିଳିନାହିଁ । ପୁଲିସ ଉପରେ ଭରସା ନାହିଁ । ଉପରୁ ଅର୍ଡର ଆସିଛି, ମୋତେ ନ୍ୟାୟ ଦିଅନ୍ତୁ । ମୋ ସ୍ଵାମୀ କୋର୍ଟ ଅର୍ଡର ମାନୁନାହାଁନ୍ତି । ମୁଁ ଭରଣ ପୋଷଣ ପାଇବାରୁ ବଞ୍ଚିତ ହୋଇଛି ।''

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବରପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତେବେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ତଳେ ଜାଲ ବିଛାଇ ଠିଆ ହୋଇଥିଲେ । ଆଉ କିଛି ଅଗ୍ନିଶମ କର୍ମଚାରୀ ଗଛ ଉପରେ ଚଢ଼ି ମହିଳାଙ୍କୁ ଧରି ତଳକୁ ଓହ୍ଲାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.