ETV Bharat / city

ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷା, ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jun 27, 2021, 8:07 PM IST

ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ । ଏହାକୁ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ...

ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷ, ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା 24 ଘଣ୍ଟାରେ ପ୍ରବଳ ବର୍ଷ, ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ । ଏହାକୁ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି କନ୍ଧମାଳ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଏବଂ ନୂଆପଡା ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମୁଦ୍ର ତଟବର୍ତ୍ତୀ ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

29 ତାରିଖରେ ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଶନିବାର ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ଆଜି(ରବିବାର) ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶରୁ ପୂର୍ବ ଉତ୍ତର ପ୍ରଦେଶ, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡିଶା ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତାଛଡା ଉତ୍ତର ଛତିଶଗଡ଼ ଏବଂ ତାର ଆଖପାଖ ଅଞ୍ଚଳରେ ଗୋଟିଏ ଘୁର୍ଣ୍ଣି ବଳୟ ସମୁଦ୍ର ପତ୍ତନ ଠାରୁ ୩.୧ କିମି ଯାଏଁ ସକ୍ରିୟ ରହିଛି ।

ଏହାଛଡ଼ା ଆନ୍ଧ୍ର ଉପକୂଳ ତାର ଅଖା-ପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୪.୫ କିମି ଯାଏଁ ଗୋଟିଏ ଘୁର୍ଣ୍ଣି ବଳୟ ସକ୍ରିୟ ରହିଥିବା ବେଳେ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି । ଏହି ପାଣିପାଗର ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏଭଳି ବର୍ଷା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର।

ଜୁନ 1ତାରିଖରୁ ୨୭ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୭୪.୯ ମିମି ବର୍ଷା ଅନୁଭୂତ ହୋଇଛି । ଯାହା ସ୍ବାଭାବିକ ବର୍ଷା ୧୮୬.୧ ମିମିଠାରୁ ୬ ପ୍ରତିଶତ କମ ରହିଛି । ଜୁନ 1ତାରିଖରୁ ୨୭ ଜୁନ ମଧ୍ୟରେ ୧୦ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ କମ ବର୍ଷା ଅନୁଭୂତ ହୋଇଛି । ଯାହା ସ୍ଵାଭାବିକ ବର୍ଷା ୨୦ ରୁ ୫୯% ଯାଏଁ କମ ରହିଛି ।

୭ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ପୁରୀ, କଟକ, ଜଗତସିଂହପୁର , କେନ୍ଦ୍ରାପଡା ଏବଂ କୋରାପୁଟ ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଛି । ଅବଶିଷ୍ଠ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା କଥା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଆଜି (ରବିବାର) ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୫୭.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୯.୫ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.