ETV Bharat / city

‘ଲକ୍ଷଣହୀନ କ୍ୟାନସର ରୋଗୀ ହୋମ ଆଇସୋଲେସନରେ ରହିପାରିବେ’

author img

By

Published : Sep 23, 2020, 9:13 PM IST

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କର୍କଟ ରୋଗୀମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ ହେବା ସମ୍ଭାବନା ରହିଛି । ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି କମ ରହିଛି । ଅଧିକ ପଢନ୍ତୁ...

‘ଲକ୍ଷଣହୀନ କ୍ୟାନସର ରୋଗୀ ହୋମ ଆଇସୋଲେସନରେ ରହିପାରିବେ’
‘ଲକ୍ଷଣହୀନ କ୍ୟାନସର ରୋଗୀ ହୋମ ଆଇସୋଲେସନରେ ରହିପାରିବେ’

ଭୁବନେଶ୍ବର: କୋରୋନା କାଳରେ ସ୍ବାସ୍ଥ୍ୟ ସମ୍ପର୍କିତ ଗୁରୁତର ରୋଗୀଙ୍କୁ ସତର୍କ କଲେ ରାଜ୍ୟ ସରକାର । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଲୋକଙ୍କୁ ଏହି ରୋଗ ବିଷୟରେ ବିଭିନ୍ନ ସଚେତନତା କରାଯାଉଛି । ରାଜ୍ୟ ସରକାରଙ୍କ କୋରୋନା ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀରେ କର୍କଟ ରୋଗୀମାନଙ୍କୁ ସଚେତନ ହେବା ପାଇଁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କର୍କଟ ରୋଗୀମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ଯେଉଁ ବ୍ୟକ୍ତି 60 ବର୍ଷରୁ ଅଧିକ ଏବଂ କ୍ୟାନସର ରୋଗ କିମ୍ବା କେମୋ ଥେରାପି ଯଦି ନେଉଥିବେ ସେମାନେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ । କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କୋରୋନା ସଂକ୍ରମଣ ହେବା ସମ୍ଭାବନା ବେଶୀ ରହିଛି । କୋରୋନା ଲକ୍ଷଣହୀନ କ୍ୟାନସର ରୋଗୀ ହୋମ ଆଇସୋଲେସନରେ ରହିପାରିବେ । କର୍କଟ ରୋଗରୁ ମୁକ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୋରୋନା ଗାଇଡ ଲାଇନ ମାନିବା ସହ ମାସ୍କ, ସାମାଜିକ ଦୂରତା ସହ ଅନ୍ୟାନ୍ୟ ନିୟମକୁ ପାଳନ କରିବା ଜରୁରୀ । ଯାହା ସେମାନଙ୍କୁ କୋରୋନା ସଂକ୍ରମଣରୁ ସୁରକ୍ଷିତ ରଖିପାରିବ ।

‘ଲକ୍ଷଣହୀନ କ୍ୟାନସର ରୋଗୀ ହୋମ ଆଇସୋଲେସନରେ ରହିପାରିବେ’

କର୍କଟ ରୋଗରୁ ଚିକିତ୍ସିତ ହେଉଥିବା ରୋଗୀମାନେ ନିଜ ନିଜ ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହା ସହ ସେମାନଙ୍କ ପାଇଁ ଟେଲିମେଡିସିନ ବ୍ୟବସ୍ଥା କରାଯାଇଛି । କର୍କଟ ଜନିତ ଲକ୍ଷଣ ଓ କୋରୋନା ଲକ୍ଷଣକୁ ଜନିତ ରୋଗୀଙ୍କୁ ମେଡିକାଲରେ ରଖିବାର ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.