ETV Bharat / city

ଅଗ୍ନିପଥକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର

author img

By

Published : Jun 26, 2022, 8:39 PM IST

ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର ସଚିନ ସାୱନ୍ତ । ଅଧିକ ପଢନ୍ତୁ

ଅଗ୍ନିପଥକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର
ଅଗ୍ନିପଥକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର

ଭୁବନେଶ୍ବର: ‌ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର ସଚିନ ସାୱନ୍ତ । ସାମ୍ବାଦିକ ସମ୍ମିଳନୀରେ ସଚିନ କହିଛନ୍ତି, ‘‘ଏହା ଏକ ଯୁବ ବିରୋଧୀ ଯୋଜନା । ଏହାଦ୍ବାରା ଯୁବକମାନେ ଉପକୃତ ନୁହେଁ ବରଂ ଉପେକ୍ଷିତ ହେବେ । କେନ୍ଦ୍ର ସରକାର ବିଭିନ୍ନ ସମୟରେ ଏଭଳି କିଛି ଯୋଜନା ଲାଗୁ କରିଛନ୍ତି, ଯେଉଁଥି ପାଇଁ ଦେଶରେ ପ୍ରତିବାଦ ଉଠିଛି ।’’

ଅଗ୍ନିପଥକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର

ସେ ଆହୁରି କହିଥିଲେ, ‘‘ଗତ 8 ବର୍ଷର ମୋଦି ସରକାର ଅନେକ ଯୋଜନା ଉପରେ ନେଇଥିବା ନିଷ୍ପତ୍ତି ତୋଗ୍ଳୋକନୀତି ଶାସନ ସଦୃଶ୍ୟ । ଜିଏସଟି, ନୋଟବନ୍ଦି ପରେ ଏବେ ଅଗ୍ନିପଥ ଏହାର ଉଦାହରଣ । ପ୍ରଥମେ ନିଷ୍ପତ୍ତି ପରେ ସଂଶୋଧନ କରନ୍ତି ମୋଦି ସରକାର । ପୂର୍ବରୁ ସେନାମୁଖ୍ୟ ସ୍ବର୍ଗତ୍ ବିପିନ୍ ରାୱତ୍ ସେନା କର୍ମଚାରୀଙ୍କ ଅବସର ସେନା କର୍ମଚାରୀଙ୍କ ବୟସ ସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ, ଏବେକାର କେନ୍ଦ୍ର ସରକାର ସେନା କର୍ମଚାରୀଙ୍କ ଚାକିରୀ ସୀମା ସଙ୍କୁଚିତ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେଉଁ ଛାତ୍ର ସମୂହ ଏହାକୁ ବିରୋଧ କରୁଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ।’’

ଦେଶ ବଞ୍ଚାଇବାକୁ କଂଗ୍ରେସ ଚାହୁଁଥିବା ବେଳେ ମୋଦି ପଇସା ବଞ୍ଚାଇବା ପ୍ରଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ସାରା ଦେଶରେ ଅଗ୍ନିପଥ ଯୋଜନା ବିରୋଧ କାରି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନତାଙ୍କ ପାଖରେ ପହଞ୍ଚିବାକୁ ଚାହୁଁଥିବା ବେଳେ ଅନୁରୂପ ଭାବରେ ଭୁବନେଶ୍ବରରେ ମଧ୍ୟ ଏଆଇସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.