ETV Bharat / city

ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ନୂଆ 9,541 ସଂକ୍ରମିତ

author img

By

Published : May 30, 2021, 9:17 AM IST

ରାଜ୍ୟରେ ପୁଣି 9 ହଜାର ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 9 ହଜାର 541 ନୂଆ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ନୂତନ 9,541 ସଂକ୍ରମିତ
ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ନୂତନ 9,541 ସଂକ୍ରମିତ

ଭୁବନେଶ୍ବର: ପୁଣି ଉପରମୁହାଁ ହେଲା କୋରୋନା । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ନୂତନ 9 ହଜାର 541 ପଜିଟିଭ ଚିହ୍ନଟ । ଗତ ଦୁଇ ତିନି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ପୁଣି 9 ହଜାର ପାର କଲା ଦୈନିକ ସଂକ୍ରମଣ । ତେବେ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ 1 ହଜାର 342 ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 7 ଲକ୍ଷ 56 ହଜାର 684କୁ ବୃଦ୍ଧି ପାଇଛି ।

ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 5 ହଜାର 343 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ 4ହଜାର 198 ରହିଛି । ଅନୁଗୋଳରୁ 562ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ 302, ବରଗଡରୁ 284, ଭଦ୍ରକରୁ 464, ବଲାଙ୍ଗୀରରୁ 101, ବୌଦ୍ଧରୁ 177, କଟକରୁ 716, ଦେବଗଡରୁ 61, ଢେଙ୍କାନାଳରୁ 117, ଗଜପତିରୁ 69, ଗଞ୍ଜାମରୁ 150, ଜଗତସିଂହପୁରରୁ 299, ଯାଜପୁରରୁ 489, ଝାରସୁଗୁଡାରୁ 140, କଳାହାଣ୍ଡିରୁ 315, କନ୍ଧମାଳରୁ 107, କେନ୍ଦ୍ରାପଡାରୁ 114, କେନ୍ଦୁଝର 177, କୋରାପୁଟରୁ 215, ମାଲକାନଗିରିରୁ 123, ମୟୂରଭଞ୍ଜରୁ 695, ନବରଙ୍ଗପୁରରୁ 254, ନୟାଗଡରୁ 230, ନୂଆପଡାରୁ 50, ପୁରୀରୁ 528, ରାୟଗଡାରୁ 164, ସମ୍ବଲପୁରରୁ 229, ସୋନପୁରରୁ 245 ଏବଂ ସୁନ୍ଦରଗଡରୁ 595 ଜଣ ସଂକ୍ରମିତ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମଣ 227 ରହିଛି ।

ସେପଟେ ଗତ 24 ଘଣ୍ଟାରେ ରାଜ୍ୟରେ 11 ହଜାର 513 ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ୍ ମୋଟ ସୁସ୍ଥଙ୍କ ସଂଖ୍ୟା 6 ଲକ୍ଷ 58 ହଜାର 646କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 95 ହଜାର 266ଟି ସକ୍ରିୟ ମାମଲା ରହିଛି ଏବଂ 1 କୋଟି 17 ଲକ୍ଷ 11 ହଜାର 459ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.