ETV Bharat / city

ରାଜ୍ୟରେ ଏଯାଏଁ 80 ହଜାରରୁ ଉର୍ଦ୍ଧ୍ବ ଶିଶୁ କୋଭିଡ୍ ପଜିଟିଭ

author img

By

Published : Aug 20, 2021, 9:35 PM IST

ଏଯାବତ ରାଜ୍ୟରେ କୋରୋନାରେ 83, 545 ଜଣ ଶିଶୁ ହୋଇଛନ୍ତି ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

80 thousend plus child covid19 positive in state says health expert
ରାଜ୍ୟର 80 ହଜାରରୁ ଉର୍ଦ୍ଧ ଶିଶୁ ହେଲେଣି କୋରୋନା ପଜିଟିଭ: ବିଶେଷଜ୍ଞ

ଭୁବନେଶ୍ବର : ରାଜ୍ୟରେ କୋରୋନା ମହାମାରୀରେ 80 ହଜାରରୁ ଉର୍ଦ୍ଧ ଶିଶୁ ହେଲେଣି ଆକ୍ରାନ୍ତ । ଏଯାବତ ରାଜ୍ୟରେ କୋରୋନାରେ 83 ହଜାର 545 ଜଣ ଶିଶୁ ହୋଇଛନ୍ତି ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର 80 ହଜାରରୁ ଉର୍ଦ୍ଧ ଶିଶୁ ହେଲେଣି କୋରୋନା ପଜିଟିଭ: ବିଶେଷଜ୍ଞ

ରାଜ୍ୟରେ ଭୟାବହ ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହର । ମାସକ ମଧ୍ୟରେ ତୃତୀୟ ଲହର ଆସିବାକୁ ନେଇ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିବା ବେଳେ ଦ୍ବିତୀୟ ଲହରରେ ଶିଶୁ ମାନେ ଅଧିକ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଗତ ୩ ମାସ ଧରି ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିର ରହୁଛି । ସେପଟେ ଗତ କଛି ଦିନ ଧରି ଶିଶୁଙ୍କ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିଛି ।

80 thousend plus child covid19 positive in state says health expert
ରାଜ୍ୟର 80 ହଜାରରୁ ଉର୍ଦ୍ଧ ଶିଶୁ ହେଲେଣି କୋରୋନା ପଜିଟିଭ: ବିଶେଷଜ୍ଞ

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 0-18 ବର୍ଷ ବୟସ ମଧ୍ୟରେ 83 ହଜାର 545 ଜଣ ଶିଶୁ ଆକ୍ରାନ୍ତ ହେଲେଣି । ଏବେ ବର୍ତ୍ତମାନ ଦୈନିକ 100 ଉପରେ ଶିଶୁ ଆକ୍ରାନ୍ତ ହେଉଛନ୍ତି । ଆଗକୁ ତୃତୀୟ ଲହର ଦୁଆର ମୁହଁରେ ଥିବା ବେଳେ ଶିଶୁଙ୍କ ସ୍ଥିତି ଆହୁରି ଖରାପ ହେବା ଆଶଙ୍କ କରାଯାଉଛି ।

ତେବେ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.