ETV Bharat / city

ରାଜ୍ୟରେ ଦୁଇ ଦିନରେ 242 ଶିଶୁ କୋରୋନା ସଂକ୍ରମିତ, 9 ରୁ 18 ବର୍ଷ ବୟସ୍କ ଶିଶୁ ଆକ୍ରାନ୍ତ

author img

By

Published : Aug 16, 2021, 1:27 PM IST

Updated : Aug 16, 2021, 1:54 PM IST

ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଛି କୋରୋନା । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ୨୪୨ ଶିଶୁ ହୋଇଛନ୍ତି କୋରୋନାରେ ଆକ୍ରାନ୍ତ । ଅଧିକ ପଢନ୍ତୁ...

ରାଜ୍ୟରେ ଶିଶୁଙ୍କୁ ସଂକ୍ରମଣ ଚିନ୍ତା, 9-18 ବର୍ଷ ବୟସର ଶିଶୁଙ୍କୁ ଅଧିକ ଭୟ
ରାଜ୍ୟରେ ଶିଶୁଙ୍କୁ ସଂକ୍ରମଣ ଚିନ୍ତା, 9-18 ବର୍ଷ ବୟସର ଶିଶୁଙ୍କୁ ଅଧିକ ଭୟ

ଭୁବନେଶ୍ବର: ରାଜ୍ୟରେ ଦୁଇ ଦିନ ମଧ୍ୟରେ 242 ଜଣ ଶିଶୁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ଦିନରେ 138 ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ଆଜି 104 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ବିଶେଷ ଭାବରେ 9 ବର୍ଷରୁ 18 ବର୍ଷ ମଧ୍ୟରେ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଗକୁ 0 ରୁ 18 ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି DMET ସିବିକେ ମହାନ୍ତି।

ରାଜ୍ୟରେ ଦୁଇ ଦିନରେ 242 ଶିଶୁ କୋରୋନା ସଂକ୍ରମିତ, 9 ରୁ 18 ବର୍ଷ ବୟସ୍କ ଶିଶୁ ଆକ୍ରାନ୍ତ

ଜୁଲାଇ 21 PIB ବୁଲେଟିନ ଅନୁସାରେ 12 ପ୍ରତିଶତ ଶିଶୁ ଦେଶରେ ସଂକ୍ରମିତ ହେଉଛନ୍ତି । ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡିବ । 18 ବର୍ଷରୁ ଅଧିକ ଲୋକ ପ୍ରାୟ ସମସ୍ତେ ଟିକା ନେଇ ସାରିଲେଣି । ତେଣୁ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡିବ । ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ ନେଇ ସ୍ବାସ୍ଥ୍ୟ ବିଭାଗ ସଚେତନ କରିଛି ।

ଦେଶରେ ଏଯାବତ ୧୨ ପ୍ରତିଶତ ଶିଶୁ କୋରୋନା ସଂକ୍ରମିତ ହୋଇଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇଥିବା ଅନେକ ଶିଶୁ ଲକ୍ଷଣବିହୀନ ଦେଖିବାକୁ ମିଳିଛି । ତେବେ ସିଭିଅରିଟି ଓ ମୃତ୍ୟୁହାର କମ୍ ରହୁଛି ବୋଲି DMET ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 16, 2021, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.