ETV Bharat / city

ଜାନୁଆରୀ 23ରୁ ଲଢିବ କଂଗ୍ରେସ; ସଚେତନତା ପାଇଁ ‘ଗାଁକୁ ଚାଲ’ ଅଭିଯାନ

author img

By

Published : Jan 21, 2020, 8:54 PM IST

ଜାନୁଆରୀ 23 ରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିରୋଧରେ ଆରମ୍ଭ କରିବ ଜନସଚେତନତା କାର୍ଯ୍ୟକ୍ରମ । ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

congress fight to union govt
congress fight to union govt

ଭୁବନେଶ୍ବର: ଜାନୁଆରୀ ୨୩ ରୁ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ସଂଗ୍ରାମ । ସମ୍ବିଧାନ ପଠନ, ଲୋକଙ୍କୁ ସଚେତନ ମାଧ୍ୟମରେ ଦଳ କେନ୍ଦ୍ର ସରକାର ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେବ ।

ଜାନୁଆରୀ 23ରୁ ଲଢିବ କଂଗ୍ରେସ; ସଚେତନତା ପାଇଁ ଗାଁକୁ ଚାଲ ଅଭିଯାନ
କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରୋଧୀ , ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଏହି ସଚେତନତା କାର୍ଯ୍ୟକ୍ରମ କରିବ ଦଳ ।

ନେତାଜୀ ଜୟନ୍ତୀ ଠାରୁ କଂଗ୍ରେସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବ । ସମ୍ବିଧାନ ମୁଖବନ୍ଧକୁ ପଠନ କରି ଶପଥ ପାଠ କରିବ କଂଗ୍ରେସ। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଜନସାଧାରଣଙ୍କୁ ସଚେତନତା ପାଇଁ ଗାଁକୁ ଯିବ। ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ବିରୋଧୀ, ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରତ୍ୟାହାର ଦାବିରେ ଗାଁ ଗାଁ କୁ ଯିବେ କଂଗ୍ରେସ କର୍ମୀ ଓ ନେତା ।

ଏନେଇ ମଙ୍ଗଳବାର ଭୁବନେଶ୍ବର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧ ଦ୍ବାରା ବୈଠକ ବସିଥିଲା। ନିଷ୍ପତି ଅନୁସାରେ ଜାନୁଆରୀ ୨୩, ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଏବଂ ଜାନୁଆରୀ ୩୦ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଜାନୁଆରୀ ୨୩ ରୁ ରାଜ୍ୟ କଂଗ୍ରେସ ପକ୍ଷରୁ ସମ୍ବିଧାନ ବିରୋଧୀ ,ଧର୍ମନିରପେକ୍ଷତା ବିରୋଧୀ ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ।


Body:ନେତାଜୀ ଜୟନ୍ତୀ ଠାରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ସଚେତନତା ଯାତ୍ରା।ସମ୍ବିଧାନର ମୁଖବନ୍ଧକୁ ନେଇ ଶପଥ ପାଠ କରିବ କଂଗ୍ରେସ।କେନ୍ଦ୍ର ସରକାର ବିରୋଧରେ ବ୍ୟାପକ ସଚେତନତା ନେଇ ଗାଁ ଗାଁ କୁ ଯିବ କଂଗ୍ରେସ।ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ବିରୋଧୀ, ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ (ସିଏଏ),,ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରତ୍ୟାହାର ଦାବିରେ ଗାଁ ଗାଁ କୁ ଯିବେ କଂଗ୍ରେସ କର୍ମୀ, ନେତା ।ଏନେଇ ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧ ଦ୍ୱାରା ବୈଠକ ବସିଥିଲା।ଜାନୁଆରୀ ୨୩ ,ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଏବଂ ଜାନୁଆରୀ ୩୦ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏକ ବିଶେଷ ରାଲି ଆୟୋଜନ କରାଯିବ।



ଦେଶରେ ଧର୍ମକୁ ଭାଗ ଭାଗ କରାଯାଉଛି, ସମ୍ବିଧାନ ଅସୁରକ୍ଷିତ ହୋଇପଡିଛି।ତେଣୁ ରାଜ୍ୟ କଂଗ୍ରେସ ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ଠାରୁ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିବ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।



ଆସନ୍ତା ୨୩ ତାରିଖରୁ ରାଜ୍ୟରେ ସମ୍ବିଧାନ ସୁରକ୍ଷା ନେଇ ଆରମ୍ଭ ହେବ କାର୍ଯ୍ୟକ୍ରମ।ସମ୍ବିଧାନ କୁ ରକ୍ଷା କରିବାକୁ ଶପଥ ପାଠ କରାଯିବ।ଦେଶର ସାର୍ବଭୌମତ୍ୱ ରକ୍ଷା କରିବାକୁ ଜାନୁଆରୀ ୩୦ ରେ ଏକ ବିଶାଳ ସଚେତନତା ବିକ୍ଷୋଭ କରାଯିବା ନେଇ ଆଜି କଂଗ୍ରେସ ଭବନରେ ବୈଠକ ବସିଥିଲା ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା।



ତେବେ କଂଗ୍ରେସ ସଂଗଠନ ଦୁଦୃଢ଼ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି ଆଉ ସେପଟେ କଂଗ୍ରେସ ର ପୁରୁଣା ବେମାରି ,ଦଳୀୟ ଅନ୍ତର୍ଦ୍ୱନ୍ଦ ତୀବ୍ର ହେବାରେ ଲାଗିଛି।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.