ETV Bharat / city

Protest Against Nalco Privatization: ଏକାଠି ହେଲେ ୧୦ ଟ୍ରେଡ ୟୁନିଅନ ସଂସ୍ଥା

author img

By

Published : Jan 17, 2022, 7:48 AM IST

ସରକାର ଆତ୍ମନିର୍ଭର ଭାରତର ଦ୍ବାହି ଦେଇ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟାତ ଉଦ୍ୟୋଗକୁ ଘରୋଇକରଣ କରିବାର ପ୍ରୟାସ ଜାରି ରଖଛନ୍ତି । ଯାହାକୁ ୧୦ଟି ଟ୍ରେଡ ୟୁନିଅନ ସଂସ୍ଥା ମିଳିତ ଭାବେ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

Protest Against Nalco Privatization: ଏକାଠି ହେଲେ ୧୦ ଟ୍ରେଡ ୟୁନିଅନ ସଂସ୍ଥା
Protest Against Nalco Privatization: ଏକାଠି ହେଲେ ୧୦ ଟ୍ରେଡ ୟୁନିଅନ ସଂସ୍ଥା

ଭୁବନେଶ୍ବର: ବର୍ତ୍ତମାନର କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତର ଦ୍ବାହି ଦେଇ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟାତ ଉଦ୍ୟୋଗକୁ ଘରୋଇକରଣ କରିବାର ପ୍ରୟାସ ଜାରି ରଖଛନ୍ତି । ଏହାକୁ କେବଳ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନୁହେଁ ବରଂ ସାରା ଭାରତବାସୀ ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ । ଆଉ ଏହାକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିଅନ ସଂସ୍ଥା ମିଳିତ ଭାବେ ଏହାକୁ ବିରୋଧ କରିଛନ୍ତି ।

Protest Against Nalco Privatization: ଏକାଠି ହେଲେ ୧୦ ଟ୍ରେଡ ୟୁନିଅନ ସଂସ୍ଥା

କାରଣ ନାଲକୋ ଭାରତ ବର୍ଷର ଏକମାତ୍ର ବୃହତ ସାମୂହିକ ବକ୍‌ସାଇଟ୍‌, ଆଲୁମିନିୟମ ଓ ବିଦ୍ୟୁତ ଉତ୍ପାଦନର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଯାହାର ଆଲୁମିନାର ଗୁଣବତା ସାରା ବିଶ୍ବରେ ଅଦ୍ବିତୀୟ । ଯାହା ରାଜ୍ୟର ସୁରକ୍ଷା ଓ ସ୍ୱାର୍ଥ ଦିଗରେ କାର୍ଯ୍ୟକରିଥାଏ ।

ହେଲେ ଏହାକୁ ଘରୋଇକରଣ କରି ବିକିବାର ପ୍ରୟାସ କରାଯାଉଛି । ତେଣୁ, ଏହାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସମୂହ ଓ ନାଲ୍‌କୋ କର୍ମଚାରୀ ସଂଘ ସମନ୍ଵୟ ସମିତି ସୂଚାଇଛନ୍ତି ଯେ, ଯଦି କେନ୍ଦ୍ର ସରକାର ଓଡ଼ିଶାର ଦ୍ଵିତୀୟ କୋଣାର୍କ ଓ ସ୍ବାଭିମାନର ପ୍ରତିକ ନାଲ୍‌କୋର ଘରୋଇକରଣ ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ନାଲ୍‌କୋ ଘରୋଇକରଣ ବିରୋଧ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମିଳିତ ସଂଘ କହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.