ETV Bharat / city

10 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ମିଳିବ ୫ ହଜାର ନିଯୁକ୍ତି

author img

By

Published : Sep 4, 2021, 10:29 PM IST

ବସିଲା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ବୈଠକରେ 2171.82 କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅଧିକ ପଢନ୍ତୁ...

2,171 କୋଟିର 10 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାରଙ୍କୁ ମିଳିବ ନିଯୁକ୍ତି
2,171 କୋଟିର 10 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଛି । ବୈଠକରେ 2171.82 କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ 5 ହଜାର 242 ଜଣଙ୍କୁ ନିଯୁକ୍ତି ମିଳିବ । ଏହାସହ ପ୍ରକଳ୍ପ ଦ୍ବାରା ରାଜ୍ୟରେ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଯାହାକି ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ।

2,171 କୋଟିର 10 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାରଙ୍କୁ ମିଳିବ ନିଯୁକ୍ତି
2,171 କୋଟିର 10 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାରଙ୍କୁ ମିଳିବ ନିଯୁକ୍ତି

ଅନୁମୋଦିତ ପ୍ରକଳ୍ପ ଭିତରେ ସିମେଣ୍ଟ ଗ୍ରାଇଣ୍ଡିଂ, ଏଥାନଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, କୋଇଲା, ସୌରଶକ୍ତି ରହିଛି । ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ 650 କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ 750 ଜଣଙ୍କୁ ନିଯୁକ୍ତି ମିଳିବ । ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ 205 କୋଟି ବିନିଯୋଗ କରିବ, ଏଥିରେ 571 ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ 150 କୋଟି ବିନିଯୋଗ ହେବାକୁ ଥିବାବେଳେ 280 ଜଣ କାମ ପାଇବେ ।

ସୋନପୁରରେ ମାସ୍ ବାୟୋଫୁଏଲ୍ସ 258.05 କୋଟି ଟଙ୍କା ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ହେବ । ଯେଉଁଥିରେ 300 ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ 100 କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ 2250 ଜଣଙ୍କୁ ନିଯୁକ୍ତି ମିଳିବ । ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ 210 କୋଟି ବିନିଯୋଗ ହେବାକୁ ଥିବା ବେଳେ 157 ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ 190 କୋଟି ନିବେଶ କରିବ । ଏହାଦ୍ବାରା 60 ଜଣଙ୍କୁ ନିଯୁକ୍ତି ମିଳିବ ।

ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରାଇଭେଟ ଲିମିଟେଡ୍ । ଏଥିରେ 181.60 କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ 224 ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ 119.67 କୋଟି ନିବେଶ ହେବ । ଏଥିରେ 350 ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକଚର ପ୍ରାଇଭେଡ ଲିମିଟେଡ ଖୋର୍ଦ୍ଧାରେ 4 ତାରକା ବିଶିଷ୍ଟ ହୋଟେଲ୍ ପାଇଁ 107.50 କୋଟି ନିବେଶ କରିବେ । ଯେଉଁଥିରେ 300 ଜଣ ନିଯୁକ୍ତି ପାଇବେ । ପ୍ରକଳ୍ପ ଅନୁମୋଦନ ସହ ଜମି ଓ ଜଳର ଆବଶ୍ୟକତାକୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବ ଇଡକୋକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.