ETV Bharat / city

ଖୋଲିଲା ବାବା ଆରଡି ପୀଠ: ନେଇପାରିବେନି ପୂଜା ସାମଗ୍ରୀ, ଏମାନଙ୍କୁ ମନା ଦର୍ଶନ

author img

By

Published : Aug 23, 2021, 3:49 PM IST

କୋରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ମନ୍ଦିର । ଏବେ ମନ୍ଦିର ଖୋଲିବା ସହ ସ୍ବତନ୍ତ୍ର SOP ଜାରି କଲା ଜିଲ୍ଲା ପ୍ରଶାସନ । 10 ବର୍ଷରୁ କମ୍ ଓ 65 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ଦର୍ଶନ ମନା । ଅଧିକ ପଢନ୍ତୁ...

ଖୋଲିଲା ବାବ ଆରଡି ପୀଠ, ମନ୍ଦିର ଦର୍ଶନ ପାଇଁ SOP ଜାରିକଲା ଜିଲ୍ଲା ପ୍ରଶାସନ
ଖୋଲିଲା ବାବ ଆରଡି ପୀଠ, ମନ୍ଦିର ଦର୍ଶନ ପାଇଁ SOP ଜାରିକଲା ଜିଲ୍ଲା ପ୍ରଶାସନ

ଭଦ୍ରକ: ଦୀର୍ଘ ଦିନ ପରେ ମହାଦେବଙ୍କୁ ଦର୍ଶନ କରିବାର ସୁଯୋଗ ପାଇଲେ ଭକ୍ତ । ମହାମାରୀ କୋରୋନା ଭୟ ଭୟତାକୁ ଦୃଷ୍ଟିରେ ରଖି ଦୀର୍ଘ 4 ମାସ ହେବ ବନ୍ଦ ରହିଥିଲା ଜିଲ୍ଲାର ପ୍ରସିଦ୍ଧ ଆରଡି ପୀଠ । ଖାଲି ଯେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ନୁହଁ ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ମନ୍ଦିର ବନ୍ଦ ରହିଥିଲା। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ଖୋଲିଲା ବାବ ଆରଡି ପୀଠ, ମନ୍ଦିର ଦର୍ଶନ ପାଇଁ SOP ଜାରିକଲା ଜିଲ୍ଲା ପ୍ରଶାସନ

ତେବେ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଶ୍ରାବଣ ଜଳାଭିଷେକ ନୀତି ରହିଥିବାରୁ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା । ହେଲେ ଆଜି (ସୋମବାର) ଠାରୁ ମନ୍ଦିର ଖୋଲିବା ନେଇ ଅନୁମତି ମିଳିଛି। ଏଥିପାଇଁ ଜାରି ହୋଇଛି ସ୍ବତନ୍ତ୍ର ଏସଓପି । ସେପଟେ ଜିଲ୍ଲାରେ ଥିବା ପ୍ରସିଦ୍ଧ ମା ଭଦ୍ରକାଳୀଙ୍କ ମନ୍ଦିର ମଧ୍ୟ କୋଭିଡ କଟକଣା ମଧ୍ୟରେ ଖୋଲିଛି ।

ଭକ୍ତମାନେ ସ୍ବତନ୍ତ୍ର ବ୍ୟାରିକେଡ ଦେଇ କେବଳ ବାବାଙ୍କୁ ଦର୍ଶନ କରିବେ। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜା ସାମଗ୍ରୀ, ଭୋଗ, ଫୁଲ ଆଦି ନନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସୂଚନା ଦିଆଯାଛି।

ମନ୍ଦିର ଭିତରେ ଯେପରି ଭିଡକୁ ଏଡାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି। ସେହିପରି ମନ୍ଦିରକୁ ସାନିଟାଇଜ କରିବା ପାଇଁ ପ୍ରତି ଶନିବାର ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତାହାସହ 10 ବର୍ଷରୁ କମ୍ ଓ 65 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦେଇଛି।

ଆଉ ଏହାର ସ୍ଥିତି ପରଖିବା ପାଇଁ ରବିବାର ଭଦ୍ରକ ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିବା ସହିତ ମନ୍ଦିର ବେଢା ବୁଲି ଦେଖିଥିଲେ ନେଇ ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.