ETV Bharat / city

ଆଖି ବୁଜିଲେ ଥାନା ଆଗରେ ବିଷ ପିଇଥିବା ମହିଳା

author img

By

Published : Jul 30, 2022, 12:09 PM IST

ଶେଷରେ ଆଖି ବୁଜିଲେ ଥାନା ଆଗରେ ବିଷ ପିଇଥିବା ମହିଳା । ଗତକାଲି(ଶୁକ୍ରବାର)ରାତିରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଆଗରେ ବିଷ ପିଇଥିଲେ ମହିଳା । ଅଧିକ ପଢନ୍ତୁ

ପ୍ରାଣ ହରାଇଲେ ଥାନା ଆଗରେ ବିଷ ପିଇଥିବା ମହିଳା
ପ୍ରାଣ ହରାଇଲେ ଥାନା ଆଗରେ ବିଷ ପିଇଥିବା ମହିଳା

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ଶେଷରେ ଆଖିବୁଜିଲେ ଥାନା ଆଗରେ ବିଷ ପିଇଥିବା ମହିଳା । ଗତକାଲି(ଶୁକ୍ରବାର)ରାତିରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଆଗରେ ବିଷ ପିଇଥିଲେ ମହିଳା । ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ନାୟକଙ୍କ ସ୍ତ୍ରୀ ଟୁକୁନି ଦାଶ ।

ପ୍ରାଣ ହରାଇଲେ ଥାନା ଆଗରେ ବିଷ ପିଇଥିବା ମହିଳା

ସୂଚନା ଅନୁସାରେ, ମୃତ ଟିକିନା ଓ ତାଙ୍କ ସ୍ୱାମୀ ସୁକାନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିଭିନ୍ନ ବିଷୟକୁ ନେଇ ବଚସା ଲାଗିରହିଥିଲା । ଏହାକୁ ନେଇ ମହିଳା ଜଣଙ୍କ ଅନେକ ଥର ଥାନାର ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତକାଲି(ଶୁକ୍ରବାର)ଚରମ ପନ୍ଥା ଆପଣେଇ ଟିକିନା ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଥାନାର ମହିଳା କର୍ମଚାରୀ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସୁଦ୍ଧା ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ହୋଇଛି ।

ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଓ ଏସପି ଅଫିସ ସମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରବର୍ତ୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିବା ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ‌ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.