ETV Bharat / city

ଠାକୁରାଣୀ ଯାତ୍ରାର ପ୍ରଥମ ଦିନ, ଗହଳି ରୋକିବାକୁ 144 ଧାରା ଜାରି

author img

By

Published : Apr 9, 2021, 10:27 PM IST

ମା' ବୁଢୀ ଠାକୁରାଣୀ ଯାତ୍ରାର ପ୍ରଥମ ଦିନ । ମାଆଙ୍କ ନିମନ୍ତ୍ରଣ ଠାରୁ ଆରମ୍ଭ ହେବ ଯାତ୍ରା ପ୍ରସ୍ତୁତି । ଗହଳି ରୋକିବା ପାଇଁ 12 ଘଣ୍ଟା ନିମନ୍ତେ ଜାରି ହୋଇଛି 144 ଧାରା । ଅଧିକ ପଢନ୍ତୁ:

ଠାକୁରାଣୀ ଯାତ୍ରାର ପ୍ରଥମ ଦିନ:  ଗହଳି ରୋକିବାକୁ  144 ଧାରା ଜାରି
ଠାକୁରାଣୀ ଯାତ୍ରାର ପ୍ରଥମ ଦିନ: ଗହଳି ରୋକିବାକୁ 144 ଧାରା ଜାରି

ବ୍ରହ୍ମପୁର: ଶୁକ୍ରବାର ମଧ୍ୟରାତ୍ରରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । କୋଭିଡ କଟକଣା ମଧ୍ୟରେ ମାଆଙ୍କ ବାପଘର ଦେଶୀ ବେହେରାଙ୍କ ପକ୍ଷରୁ ମଧ୍ୟରାତ୍ରରେ ଫୁଲ ଚାଙ୍ଗୁଡି ନେଇ ମାଆଙ୍କ ମୁଖ୍ୟ ମନ୍ଦିରରେ ପାରମ୍ପାରିକ ରୀତୀନୀତିରେ ପୂଜାର୍ଚ୍ଚନା କରିବେ ।

ଠାକୁରାଣୀ ଯାତ୍ରାର ପ୍ରଥମ ଦିନ: ଗହଳି ରୋକିବାକୁ 144 ଧାରା ଜାରି

ଏହା ପରେ ମାଆଙ୍କ ଆଜ୍ଞାମାଳ ମିଳିବା ପରେ ଶୁଭାରମ୍ଭ ହେବ ମାଆଙ୍କ ଯାତ୍ରା । ହେଲେ ମାଆଙ୍କୁ ନିମନ୍ତ୍ରଣ ସମୟରେ ସହରବାସୀଙ୍କ ଭିଡର ସମ୍ଭାବନାକୁ ଏଡାଇବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି 144 ଧାରା ।

ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରା ସାହିର ମାଆଙ୍କ ଅସ୍ଥାୟୀ ମନ୍ଦିର ଠାରୁ ଆରମ୍ଭ କରି ନଡିଆ ଗୁରୁଜି , ବଡବଜାର ଛକ , ଖାସ୍ପପା ସାହି , ପେଦୱାରୀ ସାହି ଓ ଖରୁଡା ସାହି ସହ ମୁଖ୍ୟ ମନ୍ଦିରକୁ ଯିବାକୁ ଥିବା ରାସ୍ତାରେ ଏହି କଟକଣା ଜାରି କରାଯାଇଛି । ଆଜି ସଂନ୍ଧ୍ୟା 6 ଘଣ୍ଟା ଠାରୁ ସକାଳ 6 ଘଣ୍ଟା ପର୍ଯ୍ୟନ୍ତ ଏହି 144 ଧାରା ବଳବତ୍ତର ରହିବ । ସେପଟେ ପରମ୍ପରା ଅନୁଯାୟୀ ମାଆଙ୍କ ବାପ ଘର ପକ୍ଷରୁ ପାରମ୍ପାରିକ ରୀତୀନୀତି ଅନୁଯାୟୀ ଧେଣ୍ଡୁରା ଦିଆଯିବା ସହିତ ରାତ୍ର ସମୟରେ ନିମନ୍ତ୍ରଣ କରିବା ପାଇଁ ଆସିବେ ବୋଲି ଅବଗତ କରାଯାଇଛି । ଏ ନେଇ ମାଆଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ।



ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.