ETV Bharat / city

ବ୍ରହ୍ମପୁର: ତିବବ୍ଦୀୟ ଶୀତ ପୋଷାକ ବଜାରରେ ଜମିଲାଣି ଭିଡ

author img

By

Published : Nov 20, 2019, 8:38 AM IST

ଧିରେଧିରେ ଶୀତର ପ୍ରକୋପ ଅନୁଭୂତ ହେବାରେ ଲାଗିଛି। ଏଥିପାଇଁ ଶୀତ ପୋଷାକର ଚାହିଦା ମଧ୍ୟ ବଢିଲାଣି। ଏହିକ୍ରମରେ ରେଶମ ନଗରୀ ବ୍ରହ୍ମପୁର ସହରର ପୁରୁଣା ଆମ୍ବ ମାର୍କେଟ ପଡିଆରେ ପ୍ରତି ବର୍ଷ ଭଳି ଏଥର ବି ଆରମ୍ଭ ହେଲାଣି ତିବବ୍ଦୀୟ ଶରଣାର୍ଥୀଙ୍କ ଶୀତ ପୋଷାକ ବଜାର। ଯେଉଁଠି ବେଶ ଭିଡ ଜମିବାରେ ଲାଗିଛି।

ରେଶମ ସହରର ତିବଦ୍ଦୀୟ ଶୀତ ପୋଷାକ ବଜାରରେ ଜମିଲାଣି ଭିଡ

ବ୍ରହ୍ମପୁର: ରେଶମ ନଗରୀରେ ଧିରେଧିରେ ଶୀତର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଥିପାଇଁ ଶୀତବସ୍ତ୍ର ଦରକାର ପଡିଲାଣି। ଏହିକ୍ରମରେ ବ୍ରହ୍ମପୁରରେ ପଶମ ବସ୍ତ୍ରର ବ୍ୟବସାୟ ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଭଳି ଏଥର ସହରର ପୁରୁଣା ଆମ୍ବ ମାର୍କେଟ ପଡିଆରେ ତିବବ୍ଦୀୟ ଶରଣାର୍ଥୀଙ୍କ ଶୀତ ପୋଷାକ ବଜାରରେ ଭିଡ ଜମିବାରେ ଲାଗିଛି। ଏହାକୁ କ୍ରୟ କରିବା ପାଇଁ ସହର ସମେତ ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଏଠାକୁ ଆସୁଛନ୍ତି।

ପ୍ରତ୍ୟେକ ବର୍ଷ ଶୀତ ଦିନେ ରେଶମ ସହର ବ୍ରହ୍ମପୁରରେ ଆସି ପହଞ୍ଚିଥାନ୍ତି ତୀବବ୍ଦୀୟ ଶରଣାର୍ଥୀ। ସହରର ପୁରୁଣା ଆମ୍ବ ମାକେର୍ଟ ସ୍ଥିତ ଚର୍ଚ୍ଚ ପଡିଆରେ ଖୋଲାଯାଇଛି ଏମାନଙ୍କ ବଜାର। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା, ପୁରୁଷ ଏବଂ ସମସ୍ତବର୍ଗର ବ୍ୟକ୍ତିଙ୍କ ପାଇଁ ଏଠାରେ ଭଳିକି ଭଳି ଶୀତ ପୋଷାକ ବିକ୍ରି ହେଉଥିବାରୁ ସମସ୍ତେ ଏଠାରେ ଆସି ପହଞ୍ଚୁଛନ୍ତି। ଚଳିତଥର ତୀବ୍ଦେତାନ ଶୀତ ପୋଷାକ ବଜାରରେ ୩୮ଟି କାଉଣ୍ଟର ଖୋଲିଛି। ଏଥିପାଇଁ ତିବବ୍ଦୀୟ ବଜାର କମିଟି ପକ୍ଷରୁ ଜନସାଧାରଣଙ୍କ ପାଇଁ ଧାର୍ଯ୍ୟ କରାଯାଇଛି ଫିକ୍ସ ପ୍ରାଇସ୍।

ରେଶମ ସହରର ତିବଦ୍ଦୀୟ ଶୀତ ପୋଷାକ ବଜାରରେ ଜମିଲାଣି ଭିଡ

ବିଗତ କିଛି ଦିନ ମଧରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ଯୋଗୁଁ ଖୋଲିଥିବା ଏହି ବଜାରରେ ସଂନ୍ଧ୍ୟା ସମୟରେ ଭଲ ବ୍ୟବସାୟ ହେଉଛି। ମୁଖ୍ୟତଃ ତିନି ମାସ ଧରି ଏହି ବ୍ୟବସାୟ ହେଉଥିବା ବେଳେ ତୀବ୍ଦତୀୟ ବ୍ୟବସାୟୀ ପ୍ରାୟତଃ ଜାନୁୟାରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ବଜାର ଏବଂ ସୋ-ରୁମ ତୁଳନାରେ ଏଠାରେ ଅଧିକ ଦାମରେ ବିକ୍ରି ହେଉଥିବା ଶୀତ ବସ୍ତ୍ର ପ୍ରାୟତଃ କମ୍ ଦରରେ ମିଳେ। ଏହାକୁ ନେଇ ଲୋକେ ଅନେକ ଖୁସି ଥିବା ବେଳେ ବର୍ଷତମାମ ନିଜର ହାତବୁଣା ଶୀତ ପୋଷାକ ସହିତ ବାହାର ରାଜ୍ୟରୁ ଆସୁଥିବା ପଶମ ବସ୍ତ୍ରକୁ ଏଠାରେ ବିକ୍ରି କରାଯାଇଥାଏ।

ପ୍ରତ୍ଯେକ ବର୍ଷ ଡିସେମ୍ବର ମାସରେ ଶୀତର ମାତ୍ରା ଅଧିକ ଅନୁଭୂତ ହେଉଥିବା ବେଳେ ଉକ୍ତ ସମୟରେ ଥଣ୍ଡାରୁ ମୁକ୍ତି ପାଇବା ସହ ଅନେକ ନିଜ ପରିବାରର ସ୍ବାସ୍ଥ ପ୍ରତି ସଜାଗ ରହିବା ପାଇଁ ଏଭଳି ପଶମ ବସ୍ତ୍ର କ୍ରୟ କରିଥାନ୍ତି। ଆଗାମୀ ଦିନରେ ବିକ୍ରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରେଶମ ସହର ବ୍ରହ୍ମପୁରରେ ଧିରେ ଧିରେ ଅନୁଭୂତ ହେଉଛି ଶୀତ ।ଯାହାକୁ ନେଇ ସହରରେ ଆରମ୍ଭ ହୋଇଗଲାଣି ପଶମ ବସ୍ତ୍ରର ବ୍ୟବସାୟ । ଏହି ଅବସରରେ ସହରର ପୁରୁଣା ଆମ୍ୱ ମାର୍କେଟ ପଡିଆରେ ପ୍ରତେକବର୍ଷ ଭଳି ଚଳିତଥର ଆରମ୍ଭ ହେଲାଣୀ ତିବଦ୍ଦୀୟ ଶରଣାର୍ଥୀ ମାନଙ୍କ ବଜାରରେ ଶୀତ ପୋଷାକର ବ୍ୟବସାୟ । ଯାହାକୁ କ୍ରୟ କରିବା ପାଇଁ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣଙ୍କ ଭିଡ ଜମୁଥିବା ଦେଖାଯାଇଛି ।Body: (ଭି.ଓ-୧):ପ୍ରତେକବର୍ଷ ଶୀତ ଦିନେ ରେଶମ ସହର ବ୍ରହ୍ମପୁରକୁ ଆସି ପହଞ୍ଚି ଯାଇଥାନ୍ତି ତିବଦ୍ଦୀୟ ଶରଣାର୍ଥୀ ମାନେ । ସହରର ପୁରୁଣା ଆମ୍ବମାକେର୍ଟ ସ୍ଥିତ ଚର୍ଚ୍ଚ ପଡିଆରେ ଖୋଲାଯାଇଥିବା ଏମାନଙ୍କ ବଜାର । ଚଳିତବର୍ଷ ଏହି ବଜାରରେ ଆରମ୍ଭ ହୋଇଗଲାଣି ବ୍ୟବସାୟ । ଛୋଟ ଶିଶୁ ଙ୍କ ଠାରୁ ଆରମ୍ଭ କରି ମହିଳା,ପୁରୁଷ ଏବଂ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏବଂ ଖାସ୍ କରି ଯୁବକ ଯୁବତୀ ଙ୍କ ମନ ପସନ୍ଦର ଶୀତ ପୋଷାକ ଏଠାରେ ଭଳିକି ଭଳି ବିକ୍ରୀ ହେଉଥିବାରୁ ସମସ୍ତେ ଏଠାକୁ ଆସିବାକୁ ପସନ୍ଦ କରିଥାନ୍ତି । ଚଳିତଥର ଏହି ବଜାରରେ ରହିଥିବା ପ୍ରାୟ ୩୮ ଟି କାଉଣ୍ଟର ର ପ୍ରତେକ ଷ୍ଟଲରେ ତିବଦ୍ଦୀୟ ବଜାର କମିଟି ପକ୍ଷରୁ ଜନସାଧାରଣ ଙ୍କ ପାଇଁ ଧାର୍ଯ୍ୟ କରାଯାଇଛି ଫିକ୍ସ ପ୍ରାଇଜ୍ ।
ବାଇଟ୍: ରାଜୀବ ଚୌଧୁରୀ(କନ୍ଧମାଳ ବାସିନ୍ଦା)
ବାଇଟ୍: ସ୍ୱାଗତିକା ମହାପାତ୍ର (ବ୍ରହ୍ମପୁର ବାସିନ୍ଦା)
ବାଇଟ୍-ସୁଶାନ୍ତ କୁମାର ସାହୁ(ସ୍ଥାନୀୟ ବାସିନ୍ଦା)
(ଭି.ଓ-୨)- ଗତ କିଛି ଦିନ ମଧରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ଯୋଗୁଁ ଖୋଲାଯାଇଥିବା ଏହି ବଜାରରେ ସଂନ୍ଧ୍ୟା ସମୟରେ ଭଲ ବ୍ୟବସାୟ ହେଉଥିବା ଦେଖାଯାଇଛି । ମୁଖ୍ୟତଃ ତିନି ମାସ ଧରି ଏହି ବ୍ୟବସାୟ ହେଉଥିବା ବେଳେ ଏମାନେ ପ୍ରାୟତଃ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବିକ୍ରୀ କରିଥାନ୍ତି । ବଜାର ଏବଂ ସୋ-ରୁମ ତୁଳନାରେ ଏଠାରେ ବିକ୍ରୀ ହେଉଥିବା ଶୀତ ବସ୍ତ୍ର ପ୍ରାୟତଃ କମ୍ ଦରରେ ମିଳୁଥିବା ଯୋଗୁଁ ଏହାକୁ ନେଇ ଅନେକ ଖୁସି ଥିବା ବେଳେ ବର୍ଷତମାମ ନିଜର ହାତବୁଣା ଶୀତ ପୋଷାକ ସହିତ ବାହାର ରାଜ୍ୟରୁ ଆସୁଥିବା ପଶମ ବସ୍ତ୍ରକୁ ଏଠାରେ ବିକ୍ରୀ କରାଯାଉଛି ।
ବାଇଟ୍:ଶ୍ରୀଙ୍ଗ୍ ୟଙ୍ଗଚଙ୍ଗ (ବ୍ୟବସାୟୀ-ତିବଦ୍ଦୀୟ ବଜାର,ବ୍ରହ୍ମପୁର)
Conclusion: (ଫା.ଭି.ଓ)-ପ୍ରତେକ ବର୍ଷ ଡିସେମ୍ୱର ମାସରେ ଶୀତର ମାତ୍ରା ଅଧିକ ଅନୁଭୂତ ହେଉଥିବା ବେଳେ ଉକ୍ତ ସମୟରେ ଥଣ୍ଡାର ମଜ୍ଜା ନେବା ସହ ଅନେକ ନିଜ ପରିବାରର ସ୍ୱାସ୍ଥ ପ୍ରତି ସଜାଗ ରହିବା ପାଇଁ ଏଭଳି ପଶମ ବସ୍ତ୍ର କ୍ରୟ କରୁଥିବାରୁ ଏଭଳି ବଜାରରେ ଆଗାମୀ ଦିନରେ ବିକ୍ରୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ ....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.