ETV Bharat / city

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା, ରାଜ୍ୟ ଶିଶୁ ସୁରକ୍ଷା କମିଟିର ବ୍ରହ୍ମପୁର ଗସ୍ତ

author img

By

Published : Jan 10, 2020, 2:41 AM IST

ବାଳାଶ୍ରମ ପରିସରରୁ ଫେରାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କୁ ଆଗାମୀ ଦିନରେ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ। ଅଧିକ ପଢନ୍ତୁ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା, ରାଜ୍ୟ ଶିଶୁ ସୁରକ୍ଷା କମିଟିର ବ୍ରହ୍ମପୁର ଗସ୍ତ
ବାଳାଶ୍ରମରୁ ନାବାଳିକା ଫେରାର ଘଟଣା, ରାଜ୍ୟ ଶିଶୁ ସୁରକ୍ଷା କମିଟିର ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ବାଳାଶ୍ରମରୁ ନାବାଳିକା ଫେରାର ଘଟଣାରେ ଅଧିକ ଅନୁସନ୍ଧାନ କରିବା ପାଇଁ ବ୍ରହ୍ମପୁରରେ ରାଜ୍ୟ ଶିଶୁ ସୁରକ୍ଷା କମିଟି ଗସ୍ତ କରି ତଦନ୍ତ କରିଛନ୍ତି । କମିଟି ମୁଖ୍ୟ କୁଏରା ସୁଲତାନା ବେଗମ୍ । ତାଙ୍କ ଅଧକ୍ଷତାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଅନୁପମା ବିଶ୍ବାଳଙ୍କ ସମେତ ଏକ ପାଞ୍ଚ ଜଣିଆ କମିଟି ରାଜଧାନୀ ଭୁବନେଶ୍ବରରୁ ଆସି ବ୍ରହ୍ମପୁରରେ ପହଞ୍ଚି ଥିଲେ ।

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା, ରାଜ୍ୟ ଶିଶୁ ସୁରକ୍ଷା କମିଟିର ବ୍ରହ୍ମପୁର ଗସ୍ତ

ଏହାପରେ ପ୍ରଥମେ ବାଳାଶ୍ରମ ପରିସରର ପରିକ୍ରମା କରି କିଭଳି ଏବଂ କେଉଁ ପରିସ୍ଥିତିରେ ଅନ୍ତେବାସୀ ବାଳାଶ୍ରମରୁ ବାହାରକୁ ଗଲେ ସେନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଭଳି ଘଟଣା ଯେଉଁଭଳି ଆଗାମୀ ଦିନରେ ପୁନଃରାବୃତ୍ତି ନହୁଏ ସେଥିପାଇଁ ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରି ତାଗିଦ କରିଥିଲେ ।

ବାଳାଶ୍ରମ ପରିସରରୁ ଫେରାର ହୋଇଥିବା ନାବାଳିକାଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କୁ ଆଗାମୀ ଦିନରେ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ ।

ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଦ୍ୟାବଧି ନିଖୋଦ ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ସନ୍ଧାନ ମିଳିଥିବାବେଳେ ଅଦ୍ୟାବଧି ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ବାଳାଶ୍ରମ ରୁ ନାବାଳିକା ଫେରାର ଘଟଣାରେ ଅଧିକ ଅନୁସନ୍ଧାନ କରିବା ପାଇଁ ବ୍ରହ୍ମପୁରରେ ରାଜ୍ୟ ଶିଶୁ ସୁରକ୍ଷା କମିଟି ର ଗ୍ରସ୍ତ କରି ତଦନ୍ତ କରିଛନ୍ତି । କମିଟିର ମୁଖ୍ୟ କୁଏରା ସୁଲତାନା ବେଗମଙ୍କ ଅଧକ୍ଷତାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଅନୁପମା ବିଶ୍ୱାଳଙ୍କ ସମେତ ଏକ ପାଞ୍ଚ ଜଣିଆ କମିଟି ରାଜଧାନୀ ଭୁବନେଶ୍ୱରରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ବାଳାଶ୍ରମ ପରିସରର ପରିକ୍ରମା କରି କିଭଳି ଏବଂ କେଉଁ ପରିସ୍ଥିତିରେ ଅନ୍ତେବାସୀ ମାନେ ମାନେ ବାଳାଶ୍ରମ ରୁ ବାହାରକୁ ଗଲେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏଭଳି ଘଟଣା ଯେଉଁଭଳି ଭାବେ ଆଗାମୀ ଦିନରେ ନଘଟିବ ସେଥିପାଇଁ ସମସ୍ତ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ତାଗଦ କରାଯାଇଛି । ବାଳାଶ୍ରମ ପରିସରରୁ ଫେରାର ହୋଇଥିବା ନାବାଳିକା ମାନଙ୍କ ମଧ୍ୟରୁ କେତେକ ଙ୍କୁ ଉଦ୍ଦାର କରାଯାଇଥିବା ବେଳେ ସେମାନଙ୍କୁ ଆଗାମୀ ଦିନରେ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ଉପଜିଲ୍ଲାପାଳ । ଗଣଣାଧ୍ୟମର ପ୍ରଶ୍ନରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଦ୍ୟାବଧି ନିଖୋଦ ୧୩ ଜଣ ଙ୍କ ମଧ୍ୟରୁ ୧୧ ଜଣ ଙ୍କ ସନ୍ଧାନ ମିଳିଥିବା ବେଳେ ଅଦ୍ଯାବଧି ଦୁଇ ଜଣଙ୍କ ସଂପର୍କରେ କୌଣସି ସୂଚନା ନଥିବା କହିଛନ୍ତି ।
Body:ବାଇଟ୍- ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ(ଉପଜିଲ୍ଲାପାଳ,ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.