ETV Bharat / city

ବାପାକୁ ହାଣି ପୁଅ ଫେରାର୍

author img

By

Published : Aug 10, 2021, 10:11 AM IST

ଟଙ୍କା ନ ଦେବାରୁ ବାପାକୁ ହାଣିଲା ପୁଅ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବାପାର ମୃତ୍ୟୁ, ପୁଅ ଫେରାର୍ । ଅଧିକ ପଢନ୍ତୁ...

ବାପାକୁ ହାଣି ପୁଅ ଫେରାର୍
ବାପାକୁ ହାଣି ପୁଅ ଫେରାର୍

ବ୍ରହ୍ମପୁର: ପଇସା ନ ଦେବାକୁ କେନ୍ଦ୍ର କରି ବାପାକୁ ହତ୍ୟା କଲା ପୁଅ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା ।

ବାପାକୁ ହାଣି ପୁଅ ଫେରାର୍

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମର କରୁଣାକର ସାହୁଙ୍କୁ ତାଙ୍କ ପୁଅ ଟଙ୍କା ମାଗିଥିଲା । କରୁଣାକର ତାଙ୍କୁ ଟଙ୍କା ଦେବାକୁ ମନାକରି ଦେଇଥିଲେ । ଏହାକୁ ନେଇ ଉଭୟ ବାପ-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ସମୟରେ ପୁଅ ହଠାତ୍ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ କରୁଣାକରଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହିଞ୍ଜିଳିକାଟୁ ଅପଖଣ୍ଡରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପୁଅ ଘଟଣାସ୍ଥଳୁ ଫେରାର୍ ହୋଇଯାଇ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.