ETV Bharat / city

ସାକ୍ଷୀଙ୍କୁ ଧମକଚମକ ଦେବା ଘଟଣାରେ ବିଧାୟକ ନିର୍ଦ୍ଦୋଷରେ ଖଲାସ

author img

By

Published : Oct 5, 2019, 9:28 AM IST

ରେଶମ ନଗରୀରେ ଘଟିଥିବା ଶାନ୍ତି ମିଶ୍ର ହତ୍ୟା ମାମଲାରେ ଗଞ୍ଜାମର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ପାଞ୍ଚ ଜଣ ନିର୍ଦ୍ଦୋଷରେ ଖଲାସ । ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରେଶମ ନଗରୀରେ ଘଟିଥିବା ଶାନ୍ତି ମିଶ୍ର ହତ୍ୟା ମାମଲାରେ ଗଞ୍ଜାମର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ପାଞ୍ଚ ଜଣ ନିର୍ଦ୍ଦୋଷରେ ଖଲାସ। ହତ୍ୟା ମାମଲାରେ ସାକ୍ଷୀଙ୍କୁ ଧମକଚମକ ଦେବା ଘଟଣାରେ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ।

ଗତ ୨୦୧୬, ଜୁଲାଇ ମାସରେ ଏ ମାମଲା ରୁଜୁ ହୋଇଥିଲା । ମୁଖ୍ୟତଃ ବିଭିନ୍ନ ମାମଲାରେ ରମେଶ ଜେନା ବ୍ରହ୍ମପୁର ମଣ୍ଡଳ କାରଗାରରେ ଥିବା ବେଳେ ଶାନ୍ତି ମିଶ୍ର ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଦେବା ମାମଲା ହୋଇଥିଲା । ବ୍ରହ୍ମପୁର ସ୍ଥିତ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରରେ ଘଟିଯାଇଥିବା
ଶାନ୍ତି ମିଶ୍ର ହତ୍ୟା ମାମଲାରେ ସାକ୍ଷୀ ଙ୍କୁ ଧମକଚମକ ଦେବା ଘଟଣାରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ସମେତ ପାଞ୍ଚ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ।ଗତ ୨୦୧୬ ମସିହା ଜୁଲାଇ ମାସରେ ଏହି ମାମଲା ରୁଜ ହୋଇଥିଲା ।ମୁଖ୍ୟତ ବିଭିନ୍ନ ମାମଲାରେ ରମେଶ ଜେନା ବ୍ରହ୍ମପୁର ମଣ୍ଡଳ କାରଗାରରେ ଥିବା ବେଳେ ଶାନ୍ତି ମିଶ୍ର ହତ୍ୟା ମାମଲାର ସାକ୍ଷୀ ଙ୍କୁ ଧମକ ଦେବା ମାମଲା ହୋଇଥିଲା । ବ୍ରହ୍ମପୁର ସ୍ଥିତ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶୁଣାଇଲେ ଏହି ରାୟ ପ୍ରଦାନ କରିଛନ୍ତି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.