ETV Bharat / city

ବ୍ରହ୍ମପୁରରେ ଗୋଷ୍ଠୀ ସଂଘର୍ଷ, କର୍ପୋରେଟର ସମେତ ସାତ ଗିରଫ

author img

By

Published : Sep 8, 2022, 8:48 AM IST

ଗୋଷ୍ଠୀ ସଂଘର୍ଷ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ ୨୫ ନମ୍ବର ୱାର୍ଡର କର୍ପୋରେଟର ସମେତ ୭ ଗିରଫ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଗୋଷ୍ଠୀ ସଂଘର୍ଷ, କର୍ପୋରେଟର ସମେତ ସାତ ଗିରଫ
ବ୍ରହ୍ମପୁରରେ ଗୋଷ୍ଠୀ ସଂଘର୍ଷ, କର୍ପୋରେଟର ସମେତ ସାତ ଗିରଫ

ବ୍ରହ୍ମପୁର: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ କର୍ପୋରେଟର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ଗିରଫ କର୍ପୋରେଟର ହେଉଛନ୍ତି ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation) ୨୫ ନମ୍ବର ୱାର୍ଡର ନିର୍ବାଚିତ କର୍ପୋରେଟର ନରସିଂହ ସେଠୀ ।

ବ୍ରହ୍ମପୁରରେ ଗୋଷ୍ଠୀ ସଂଘର୍ଷ, କର୍ପୋରେଟର ସମେତ ସାତ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ସହରର ଟାଉନ ଥାନା ଅଞ୍ଚଳର ବିଜିପୁର କାଳୀ ମନ୍ଦିର ନିକଟବର୍ତ୍ତୀ ବନ୍ଧସାହିରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ବନ୍ଧସାହିର ସୁକାନ୍ତ ମହାରଣା, ତାଙ୍କ ଭଣଜା ସୁମିତ୍ ମହାରଣା ଓ ଅରୁଣ ମହାରଣାଙ୍କ ସହ ଅନ୍ୟଦୁଇ ଜଣ ମିଳିତ ଭାବରେ କର୍ପୋରେଟର ନରସିଂହ ସେଠୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏହାପରେ କର୍ପୋରେଟର ତାଙ୍କ ବଡ଼ଭାଇ ନାରାୟଣ ସେଠୀ ସହଯୋଗୀ ଏନ୍.ପ୍ରକାଶ ଏବଂ ପି.ନରସିଂହ ରାଓ ଏନେଇ ଅନ୍ୟ ଗୋଷ୍ଠିକୁ ପଚାରିବା ପରେ ଦୁଇ ଗୋଷ୍ଠି ପରସ୍ପରକୁ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠିର ବ୍ୟକ୍ତି ଆହତ ହୋଇଥିବା ବେଳେ ଅରୁଣ ମହାରଣାଙ୍କୁ ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବନ୍ୟା କ୍ଷୟକ୍ଷତି ରିପୋର୍ଟ: 14235 ବାସଗୃହ, 33% ଚାଷ ଜମି କ୍ଷତିଗ୍ରସ୍ତ

ଏନେଇ ଦୁଇ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଦୁଇଟି ମାମଲା ରୁଜୁ କରିବା ସହ ଗୋଟିଏ ମାମଲାରେ ସୁକାନ୍ତ ମହାରଣା ଓ ସୁମିତ ମହାରଣାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ମାମଲାରେ କର୍ପୋରେଟର ନରସିଂହ ସେଠୀ ,ନାରାୟଣ ସେଠୀ ,ଏନ୍.ପ୍ରକାଶ ,ଜି.ପ୍ରସାଦ ରାଓ ଓ ପି.ନରସିଂହ ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଏହି ଆକ୍ରମଣ ଘଟଣାରେ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଗୋଟିଏ ଗୋଷ୍ଠିର ଜଣେ ବ୍ୟକ୍ତି ହାତରେ ବାଡି ଧରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ମାଡ ମରାଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସଂପୃକ୍ତ ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଯଦି କେହି ବ୍ୟକ୍ତି ସମ୍ପୃକ୍ତି ଥିବା ଜଣାପଡେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଥମେ ଗୋଷ୍ଠୀ ସଂଘର୍ଷ ନେଇ ଥାନାରେ ୨ଟି ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗ ମୁତାବକ ୪ଜଣଙ୍କୁ ଅଟକ ରଖି ପ୍ରଥମେ ପଚାରଉଚରା କରିଥିଲା । ଏହାପରେ ବୁଧବାର କର୍ପୋରେଟର ସମେତ ଉଭୟ ଗୋଷ୍ଠୀର ସାତ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.