ETV Bharat / city

ରେଶମ ସହରରେ ପୋଷ୍ଟର୍‌ ଚିରା ଅଭିଯାନ ଆରମ୍ଭ

author img

By

Published : Aug 3, 2019, 4:15 AM IST

ବ୍ରହ୍ମପୁରକୁ ସୁନ୍ଦର ସହରରେ ପରିଣତ କରିବା ପାଇଁ ଚାଲିଛି ପୋଷ୍ଟର୍‌ ଚିରା ଅଭିଯାନ । ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଏବଂ ଛୋଟ ଛୋଟ ହୋଡିଙ୍ଗ ହଟାଇ ଦିଆଯାଉଥିବା ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁନ୍ଦର ସହରରେ ପରିଣତ କରିବା ପାଇଁ ଚାଲିଛି ପୋଷ୍ଟର୍‌ ଚିରା ଅଭିଯାନ । ମହାନଗର ନିଗମ ପକ୍ଷରୁ ଏହାକୁ ଟିମ କ୍ଳିନ ସିଟି ନାମରେ କରାଯାଇଥିବା ବେଳେ ଏଥିରେ ଦିନକୁ ଦିନ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ସହରର ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସହରକୁ ସୁନ୍ଦର କରିବାର ଉଦ୍ୟମ ଜାରି ରଖିଛନ୍ତି । ଏହାସହ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଏବଂ ଛୋଟ ଛୋଟ ହୋଡିଙ୍ଗ ହଟାଇ ଦିଆଯାଉଥିବା ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସହରର ପ୍ରମୁଖ ରାସ୍ତାକଡ, କାନ୍ଥ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ପୋଷ୍ଟର୍ ଚିରା ଅଭିଯାନ ଗତ କିଛି ଦିନ ହେବ ଆରମ୍ଭ ହୋଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

SLUG-MINISTER VISIT
AVO-MRUTYUNJAY SENAPATI,MAYURBHANJ
DATE-05.06.2019
ANCHOR-ମୋରଡା ବିଧାୟକ ରାଜ କିଶୋର ଦାସ ଓ ବାଙ୍ଗିରିପୋଷି ବିଧାୟକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ସହିତ ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା, ବିଜେଡି ଜିଲ୍ଲାସଭାପତି ଦେବାଶିଷ ମହାନ୍ତି ,ମହିଳା ରାଜ୍ୟ ସମ୍ପାଦିକା ସମ୍ପା ମଜୁମଦାର ମୋରଡା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି । ବୁଧବାର ସକାଳ ୯ଟା ରେ ପ୍ରଥମେ ଶୁଳିଆପଦା ବ୍ଲକ କାଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମକର୍ତ୍ତାମାନେ ଭବ୍ୟ  ସମ୍ବର୍ଦ୍ଧିନା ଞାପନ କରିଥିଲେ । ମୋରଡା ବ୍ଲକ ମୋରଡା ଛକଠାରେ ଦଳୀୟ ନେତା ଓ କର୍ମୀମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ଏହାପରେ ମୋରଡା ବିଧାୟକ ଶ୍ରୀ ଦାସ ଓ ମନ୍ତ୍ରୀ ସୁଦାମ ମାରାଣ୍ଡି ମୋରଡା ସ୍ଥିତ ମା ତାରିଣୀ ମନ୍ଦିର ରେ ପୂଜା କରିଥିଲେ । ନିର୍ବାଚନ ଫଳାଫଳ ଘୋଷଣା ପରେ ମୋରଡ଼ା ବିଧାୟକ ରାଜକିଶୋର ଦାସ ଏବଂ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୋରଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ନିଜ ସମର୍ଥକ ଙ୍କ ଭେଟିବା ସହ ଆଗକୁ ଜିଲ୍ଲାର ସ୍ୱାର୍ଥ ପାଇଁ କାମ କରିବେ ବୋଲି କହିଛନ୍ତି। ମୋରଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜକିଶୋର ଦାସ ପୂର୍ବରୁ ତିନିଥର ବିଜେପି ରୁ ପ୍ରାର୍ଥୀ ହୋଇ ହାରିଥିବା ବେଳେ ଏଥର ବିଜେଡି ରୁ ପ୍ରାର୍ଥୀ ହୋଇଜିତିଛନ୍ତି।
Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.