ETV Bharat / city

ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ,ଜଣେ ମୃତ, ଜଣେ ଗୁରୁତର

author img

By

Published : Dec 7, 2021, 8:22 AM IST

ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ (miscreant attack ) ପରେ ଜଣେ ମୃତ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ

ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ,ଜଣେ ମୃତ, ଜଣେ ଗୁରୁତର
ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ,ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଦୁଇ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ (miscreant attack )ପରେ ଜଣେ ମୃତ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ଭିକାପଡା ଗ୍ରାମର ହଟିଆ ନାହକ ଓ ଗୁରୁତର ଜଣଙ୍କ ହେଉଛନ୍ତି ରାଜୁ ପ୍ରଧାନ ।

ସୂଚନା ଅନୁଯାୟୀ କୌଣସି କାରଣକୁ ନେଇ ସିଆଳପାଟ ଓ ରାଇପାଟ ଗାଁରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ହଟିଆ ନାହକ ଓ ରାଜୁ ପ୍ରଧାନଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହଟିଆଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜୁ ଗୁରୁତର ହୋଇଥିଲେ । ତେବେ ଗୁରୁତର ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.