ETV Bharat / city

ବ୍ରହ୍ମପୁର ହଲଦିଆ ପଦରରୁ ବଜ୍ରକାପ୍ତା ଉଦ୍ଧାର

author img

By

Published : Aug 1, 2022, 9:18 PM IST

ବ୍ରହ୍ମପୁରରୁ ବଜ୍ରକାପ୍ତା ଉଦ୍ଧାର । ହଲଦିଆପଦର ରାଳବ ରାସ୍ତାରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ଅଧିକ ପଢନ୍ତୁ

ହଲଦିଆପଦରରୁ ୫ କିଲୋଗ୍ରାମ ଓଜନର ବଜ୍ରକାପ୍ତାକୁ ଉଦ୍ଧାର କଲା ବନ ବିଭାଗ
ହଲଦିଆପଦରରୁ ୫ କିଲୋଗ୍ରାମ ଓଜନର ବଜ୍ରକାପ୍ତାକୁ ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମପୁର: ବ୍ରହ୍ମପୁରରୁ ବଜ୍ରକାପ୍ତା ଉଦ୍ଧାର । ହଲଦିଆପଦର ରାଳବ ରାସ୍ତାରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ଏହି ବଜ୍ରକାପ୍ତାର ଓଜନ ପାଖାପାଖି ୫ କିଲୋଗ୍ରାମ ହୋଇଥିବା ସୂଚନା ।

ହଲଦିଆପଦରରୁ ୫ କିଲୋଗ୍ରାମ ଓଜନର ବଜ୍ରକାପ୍ତାକୁ ଉଦ୍ଧାର କଲା ବନ ବିଭାଗ

ସୂଚନା ଅନୁସାରେ, ହଲଦିଆପଦର ରାଳବ ରାସ୍ତାରେ ରହିଥିବା ଅଜିତ ଡାକୁଆଙ୍କ ଘର ନିକଟରେ ଏହି ବଜ୍ରକାପ୍ତା ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଏ ନେଇ ବନବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବରପାଇ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବାବୁ ସେଠୀ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୨ ଫୁଟ ୬ଇଞ୍ଚ ଥିବା ବେଳେ ଏହାର ଓଜନ ପାଖାପାଖି ୫ କିଲୋଗ୍ରାମ ରହିଛି । ଉଦ୍ଧାର ପରେ ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.