ETV Bharat / city

ଟାଟା କମ୍ପାନୀରେ ଚାକିରୀ କରାଇଦେବା ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

author img

By

Published : Dec 12, 2020, 10:15 PM IST

ଟାଟା କମ୍ପାନୀରେ ଚାକିରୀ କରେଇଦେବା ନାଁରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପୁଣି ତଦନ୍ତ କରିଛି । ଅଧିକ ପଢନ୍ତୁ...

ଟାଟା କମ୍ପାନୀରେ ଚାକିରୀ କରାଇଦେବା ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି
ଟାଟା କମ୍ପାନୀରେ ଚାକିରୀ କରାଇଦେବା ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

ବ୍ରହ୍ମପୁର: ଟାଟା କମ୍ପାନୀରେ ଚାକିରୀ କରେଇଦେବା ନାଁରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପୁଣି ତଦନ୍ତ ଜାରି ରଖିଛି । ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଆଇପିଏସ ମେସ ପରିସରରେ କ୍ରାଇମବ୍ରାଞ୍ଚର ଚାରି ଜଣିଆ ଟିମ ଘଟଣାରେ କମ୍ବୁପାଣି ସାହୁ ଓ ବୋରିଆ ଗାଁର ସରପଞ୍ଚ ବସନ୍ତ ସାହୁଙ୍କୁ ପଚରାଉଚରା କରିଛି ।

ଟାଟା କମ୍ପାନୀରେ ଚାକିରୀ କରାଇଦେବା ଘଟଣା, କ୍ରାଇମବ୍ରାଞ୍ଚର ତଦନ୍ତ ଜାରି

କମ୍ବୁପାଣିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ଜଣାପଡିଥିଲା । ଏହାକୁ ଆଧାର କରି କମ୍ବୁପାଣିକୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସେହିପରି କୁକୁଡାଖଣ୍ଡି ବ୍ଲକ ବୋରିଗାଁ ପଞ୍ଚାୟତର ସରପଞ୍ଚ ବସନ୍ତ ସାହୁଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । କିଛି ସମୟ ପରେ ବସନ୍ତକୁ ଜେରା କରି ଛଡାଯାଇଥିବାବେଳେ ବସନ୍ତ ନିଜର ପୁତୁରାର ଟାଟା କମ୍ପାନୀରେ ଚାକିରୀ କରାଇଦେବା ପାଇଁ ବାୟୋଡାଟା ପ୍ରଦୀପଙ୍କୁ ଦେଇଥିବା ନେଇ କ୍ରାଇମବ୍ରାଞ୍ଚକୁ କହିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ପୁନର୍ବାର ବସନ୍ତକୁ ଜେରା କରିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ସେପଟେ ଜେରା ପରେ ଫେରିଥିବା କମ୍ବୁପାଣି କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.