ETV Bharat / city

JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋରୋନା ପଜିଟିଭି, ନୂଆ ତାରିଖରେ ହେବ ପରୀକ୍ଷା

author img

By

Published : Sep 2, 2020, 7:56 PM IST

Updated : Sep 2, 2020, 10:17 PM IST

ବ୍ରହ୍ମପୁର ସହର ଉପକଣ୍ଠ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଣ୍ଟରରେ ଜଣେ କୋରୋନା ପଜିଟିଭି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ତେବେ କୋରୋନା ପଜିଟିଭ ଛାତ୍ରଛାତ୍ରୀଙ୍କ ପାଇଁ ସାରା ଦେଶରେ ଅନ୍ୟ ଏକ ତାରିଖରେ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ ଏବଂ ସେମାନେ ସେହି ପରୀକ୍ଷା ପୁଣି ଦେଇପାରିବେ ବୋଲି ସରକାରଙ୍କ ଗାଇଡଲାଇନ ଆସିଛି ।

JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋରୋନା ପଜିଟିଭି ପରୀକ୍ଷାର୍ଥୀ, ନୂଆ ତାରିଖରେ ହେବ ପରୀକ୍ଷା
JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋରୋନା ପଜିଟିଭି ପରୀକ୍ଷାର୍ଥୀ, ନୂଆ ତାରିଖରେ ହେବ ପରୀକ୍ଷା

ବ୍ରହ୍ମପୁର: ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ବ୍ରହ୍ମପୁର ସହରର 4ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଏହି ପରୀକ୍ଷା ଦେବା ପାଇଁ କୋଭିଡ-୧୯ ରେ ସଂକ୍ରମିତ ହୋଇଥିବା ଜଣେ ବିଦ୍ୟାର୍ଥୀ ପହଞ୍ଚିଥିଲେ । ବ୍ରହ୍ମପୁର ସହର ଉପକଣ୍ଠ ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସେଣ୍ଟରରେ ତାଙ୍କର ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଥିଲା । ପ୍ରଶାସନ ପକ୍ଷରୁ ଉକ୍ତ ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପିପିଇ କିଟ୍ ପରିଧାନ କରାଯାଇ ଅଣାଯାଇଥିଲା କେନ୍ଦ୍ର ପରିସରକୁ । ନିର୍ଦ୍ଧାରିତ ସମୟରେ ବିଦ୍ୟାର୍ଥୀ ଜଣଙ୍କ କେନ୍ଦ୍ର ପରିସରରେ ପହଞ୍ଚିଥିଲେ । ମାତ୍ର ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା ।

JEE ମେନ ପରୀକ୍ଷାରୁ ବଞ୍ଚିତ ହେଲେ କୋରୋନା ପଜିଟିଭି, ନୂଆ ତାରିଖରେ ହେବ ପରୀକ୍ଷା

ସରକରାଙ୍କ କୋଭିଡ ଗାଇଲାଇନ ଅନୁଯାୟୀ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା ବୋଲି କହିଛନ୍ତି ସେଣ୍ଟରର ପରିଚାଳକ । ତେବେ କୋରୋନା ପଜିଟିଭ ଛାତ୍ରଛାତ୍ରୀଙ୍କ ପାଇଁ ସାରା ଦେଶରେ ଅନ୍ୟ ଏକ ତାରିଖରେ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯିବ ଏବଂ ସେମାନେ ସେହି ପରୀକ୍ଷା ପୁଣି ଦେଇପାରିବେ ବୋଲି ସରକାରଙ୍କ ଗାଇଡଲାଇନ ଆସିଛି ।

ପରେ ଉକ୍ତ ପରୀକ୍ଷାର୍ଥୀଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଯାଇଥିଲା । ନିର୍ଦ୍ଧାରିତ ସମୟରେ ସେଣ୍ଟରରେ ପରୀକ୍ଷା ଆରମ୍ଭ ହୋଇଥିଲା । ବ୍ରହ୍ମପୁର ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପୁଣି ପରୀକ୍ଷା କେନ୍ଦ୍ର ପରିସରରେ ପହଞ୍ଚି ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ ଭାବରେ ବିଶୋଧନ କରିଥିଲେ । ବ୍ରହ୍ମପୁର ସହର ସମେତ ଉପକଣ୍ଠରେ କେବଳ ଜଣେ ବିଦ୍ୟାର୍ଥୀ କୋଭିଡ -୧୯ ପଜେଟିଭ୍ କାରଣରୁ ପରୀକ୍ଷା ଦେଇପାରିନଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Sep 2, 2020, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.