ETV Bharat / city

ପୋଲିସ ଆଖିରେ ଧୂଳି ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା

author img

By

Published : Oct 8, 2021, 11:02 AM IST

ବ୍ରହ୍ମପୁର ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ ଅପରାଧି କୁନା । ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଧରି ଲୁଚି ରହିଥିବା ବେଳେ ଗତକାଲି ଚଢାଉ ସମୟରେ ପୋଲିସ ହାତରୁ ଖସିଯାଇ ଫେରାର ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ ....

ପୋଲିସକୁ ଚକମା ଦେଇ ଖସିଗଲା କୁଖ୍ୟାତ ଅପରାଧୀ  କୁନା  ,ବହୁ ମାରଣାସ୍ତ୍ର ଜବତ
ପୋଲିସକୁ ଚକମା ଦେଇ ଖସିଗଲା କୁଖ୍ୟାତ ଅପରାଧୀ କୁନା ,ବହୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ପୋଲିସକୁ ଚକମା ଦେଇ ଖସିଗଲା ମୋଷ୍ଟ ୱାଣ୍ଟେଡ ଅପରାଧି କୁନା । ଦୀର୍ଘ ଦିନ ଧରି କୁଖ୍ୟାତ ଅପରାଧୀ କୁନା ବେହେରା ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସ ଅପରେସନ ଚଳାଇଥିଲା । ଗତକାଲି ଏକ ଘଞ୍ଚ ଜଙ୍ଗଲରେ ଚଢାଉ ସମୟରେ ପୁଣି କୁନା ଖସି ପଳାଇଥିବା ଜଣାପଡିଛି ।

ପୋଲିସକୁ ଚକମା ଦେଇ ଖସିଗଲା କୁଖ୍ୟାତ ଅପରାଧୀ କୁନା ,ବହୁ ମାରଣାସ୍ତ୍ର ଜବତ

ସୂଚନାନୁଯାୟୀ ବ୍ରହ୍ମପୁର ପୋଲିସ ମୋଷ୍ଟ ୱାଣ୍ଟେଡ କୁନା ଏବଂ ତାଙ୍କ ସହଯୋଗୀ ମାନେ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲର ପାହାଡ଼ରେ ଲୁଚିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏନେଇ ବ୍ରହ୍ମପୁର ପୋଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚି ସଂରକ୍ଷିତ ଜଙ୍ଗଲର ପାହାଡ଼ରେ ଚଢାଉ କରିଥିଲେ । ଏହି ସମୟରେ ଅପରାଧି କୁନା ଏବଂ ତାଙ୍କ ସହଯୋଗୀ ମାନେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇବା ସହିତ ବାରମ୍ବାର ବୋମାମାଡ଼ କରି ଖସି ଯାଇଥିଲେ ।

ପୋଲିସ ଉକ୍ତ ଆଡ୍ଡାରୁ ୨ ଟି ବନ୍ଧୁକ, ୧୧ଟି ଅଫୁଟା ଗୁଳି , ପକେଟ ଡାଇରୀ, ମୋବାଇଲ ଫୋନ, ୨ଟି ନାଇଟ ଭିଜନ ଚାର୍ଜ ଲାଇଟ୍ ସମେତ ସେମାନଙ୍କ ବ୍ୟବହୃତ ବହୁ ସଂଖ୍ୟକ ସରଞ୍ଜାମ ଜବତ କରିଛି । ଆଡ୍ଡା ନିକଟରେ ୫ ରାଉଣ୍ଡ ଖୋକା ସମେତ ଫୁଟିଥିବା ବୋମାର ଟୁକୁରା ପୋଲିସ ସଂଗ୍ରହ କରିଥିବା ସୂଚନା ମିଳିଛି । ଆଡ୍ଡାରେ ମହଜୁଦ ଥିବା ବହୁ ସାମଗ୍ରୀକୁ ପୋଲିସ ନିଆଁ ଲଗାଇ ନଷ୍ଟ କରି ଦେଇଥିବା ସୂଚନା ଦେଇଛନ୍ତି ।

ତେବେ ଅଭିଯୁକ୍ତ କୁନାଙ୍କ ନାମରେ ଦିଗପହଣ୍ଡି , ଚିକିଟି, ଗୋଳନ୍ଥରା,ବ୍ରହ୍ମପୁର ସଦର ଥାନାରେ ହତ୍ୟା ଉଦ୍ୟମ, ଛିନତାଇ , ଡକାୟତି,ରାହାଜାନ , ଦାଦାବଟି ଆଦାୟ ପାଇଁ ଧମକ ପ୍ରଭୃତି ୨୫ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦେଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.