ETV Bharat / city

ପୁରୁଷଙ୍କୁ ସ୍ବାବଲମ୍ବୀ କରିବାକୁ SSG ଗଠନ କଲା ବ୍ରହ୍ମପୁର ମହାନଗର ନିଗମ

author img

By

Published : Aug 31, 2022, 2:23 PM IST

ପୁରୁଷମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗଠନ ହେଲା ଏସଏସଜି । ଏଥିରେ ପାଞ୍ଚ ଲକ୍ଷ ଟଙ୍କାର ରଣ ସହାୟତା ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ପୁରୁଷଙ୍କୁ ସ୍ବାବଲମ୍ବୀ କରିବା ପାଇଁ SSG ଗଠନ କଲା ବ୍ରହ୍ମପୁର ମହାନଗର ନିଗମ
ପୁରୁଷଙ୍କୁ ସ୍ବାବଲମ୍ବୀ କରିବା ପାଇଁ SSG ଗଠନ କଲା ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର: ମହିଳାଙ୍କ ଭଳି ବ୍ରହ୍ମପୁରରେ ପୁରୁଷମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଗଠନ ହେଲା ଏସଏସଜି । ପାଞ୍ଚ ଲକ୍ଷ ଟଙ୍କାର ରଣ ସହାୟତା ଯୋଗାଇ ଦିଆଯାଇଛି । ବ୍ରହ୍ମପୁର ମହାନଗର ନିଗମରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ସହରର 10ଜଣ ପୁରୁଷଙ୍କୁ ନେଇ ଗଠିତ ଏକ ଏସ୍.ଏସ୍.ଜି ସଙ୍ଘକୁ ମହାନଗର ନଗମ ସହାୟତାରେ ପାଞ୍ଚ ଲକ୍ଷ ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି ।

ସହରରେ ପୂର୍ବରୁ ଅନେକ ମହିଳା ସ୍ବୟଂ ସହାୟକ ସଙ୍ଘମାନଙ୍କୁ ଇତି ମଧ୍ୟରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି । ସେମାନେ ପ୍ରତିଯୋଗିତା ମନୋଭାବରେ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳଛି । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ନିଗମରେ କାର୍ଯ୍ୟରତ ବିଭିନ୍ନ ଏସ୍.ଏସ୍.ଜି ସଂସ୍ଥା ମଧ୍ୟରୁ ପ୍ରାୟ 103 ଜଣଙ୍କୁ ତିନି କୋଟି ଟଙ୍କାର ରଣ ସହାୟତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପୁରୁଷ ଏସ୍.ଏସ୍.ଜି ଗ୍ରୁପ ବୃଦ୍ଧି ପାଇବା ସହିତ ଗରିବ ପରିବାରର ପୁରୁଷମାନେ ମଧ୍ୟ ଏଭଳି ଯୋଜନାରେ ଅଧିକ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି ।

ପୁରୁଷଙ୍କୁ ସ୍ବାବଲମ୍ବୀ କରିବା ପାଇଁ SSG ଗଠନ କଲା ବ୍ରହ୍ମପୁର ମହାନଗର ନିଗମ

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ , ଡେପୁଟି ମେୟର ଇ.ବିବେକ ରେଡ୍ଡୀଙ୍କ ସମେତ ସମସ୍ତ କର୍ପୋରେଟର ମାନେ ଉପସ୍ଥିତ ରହିଥିଲେ ।

ନୂଆ ନିର୍ବାଚିତ ପ୍ରତିନିଧି ଆସିବା ପରେ ବ୍ରହ୍ମପୁର ମହାନଗର ନିଗମ ଯେଉଁପ୍ରକାର କାର୍ଯ୍ୟ କରିଛି ତାକୁ ପ୍ରଶଂସା କରିଛନ୍ତି ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ହୋଇଥିବା ଏ ପ୍ରୟାସ ପାଇଁ ପୁରୁଷ ଏସ୍.ଏସ୍.ଜି ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.