ETV Bharat / city

ଅଙ୍ଗନବାଡି କର୍ମୀଙ୍କ ୩ବର୍ଷର ପୁଅ ନିଖୋଜ, ପୋଲିସର ତଦନ୍ତ ଜାରି

author img

By

Published : Aug 7, 2021, 4:52 PM IST

ରେମୁଣା ବ୍ଲକ୍ ଅଞ୍ଚଳରୁ ଶିଶୁପୁତ୍ର ନିଖୋଜ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁପୁତ୍ରର ପତ୍ତା ମିଳିପାରିନାହିଁ । ଅଧିକ ପଢନ୍ତୁ...

ଅଙ୍ଗନବାଡି କର୍ମୀଙ୍କ ୩ବର୍ଷର ପୁଅ ନିଖୋଜ, ପୋଲିସର ତଦନ୍ତ ଜାରି
ଅଙ୍ଗନବାଡି କର୍ମୀଙ୍କ ୩ବର୍ଷର ପୁଅ ନିଖୋଜ, ପୋଲିସର ତଦନ୍ତ ଜାରି

ବାଲେଶ୍ଵର: ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଧିନ ଦୋଳଗହୀରି ଅଙ୍ଗନବାଡି କର୍ମୀଙ୍କ ୩ବର୍ଷର ପୁଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଜି (ଶୁକ୍ରବାର) ସକାଳ ସମୟରେ ଘର ପରିସରରୁ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଆଖପାଖ ଅଞ୍ଚଳର ପ୍ରାୟ ଦଶଟି ଗାଁରେ ସ୍ଥାନୀୟ ଲୋକେ ଖୋଜାଖୋଜି କଲା ପରେ ମଧ୍ୟ ଶିଶୁଟିର କୌଣସି ପତ୍ତା ମିଳି ପାରିନାହିଁ ।

ସେପଟେ ଶିଶୁଟି ନିକଟସ୍ଥ ନଦୀ ପଠାକୁ ପଳାଇଥିବା ନେଇ ପରିବାର ଲୋକେ ସନ୍ଦେହ କରିଥିଲେ ସୁଦ୍ଧା କୌଣସି ଖବର ନ ପାଇ ରେମୁଣା ଅଗ୍ନିଶମ କର୍ମଚାରୀ ଓ ବ୍ଲକ ପ୍ରଶାସନ ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ବିଫଳ ହୋଇଛନ୍ତି ।

ତେବେ ଶିଶୁଟି ନିଖୋଜ ହେବାର 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ଶିଶୁପୁତ୍ରର କୌଣସି ପତ୍ତା ମିଳି ନଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.