ETV Bharat / city

ରାସ୍ତାକଡ଼କୁ ଓଲଟିଲା ୧୦୮ ଆମ୍ବୁଲାନ୍ସ

author img

By

Published : Mar 22, 2020, 11:22 AM IST

ରୋଗୀ ଛାଡି ଫେରୁଥିବା ବାଟରେ ଓଲଟି ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଓଲଟି ପଡିଥିବାବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର ।

ରାସ୍ତାକଡ଼କୁ ଓଲଟିଲା ୧୦୮ ଆମ୍ବୁଲାନ୍ସ
ରାସ୍ତାକଡ଼କୁ ଓଲଟିଲା ୧୦୮ ଆମ୍ବୁଲାନ୍ସ

ବାଲେଶ୍ବର: ରୋଗୀ ଛାଡି ଫେରୁଥିବାବେଳେ ରାସ୍ତା କଡକୁ ଓଲଟିଲା 108 ଆମ୍ବୁଲାନ୍ସ । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା ଔପଦା ଥାନାରେ ରହୁଥିବା 108 ଆମ୍ବୁଲାନ୍ସଟି ସୋରରେ ରୋଗୀ ଛାଡି ଫେରୁଥିଲା । ହେଲେ ହଠାତ ଭାରସାମ୍ୟ ହରାଇବାକୁ ୟୁକୋ ବ୍ୟାଙ୍କ ନିକଟରେ ରାସ୍ତା ନିକଟରେ ଦୁର୍ଘଟଣାଟି ଘଟିଛି । ତେବେ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାସ୍ତାକଡ଼କୁ ଓଲଟିଲା ୧୦୮ ଆମ୍ବୁଲାନ୍ସ

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.