ETV Bharat / business

ଜମା ହେଲା ଡିଜିଟାଲ ଲାଇଫ ସାର୍ଟିଫିକେଟ, ଭାରତରେ 1.15 କୋଟି ପେନସନ ଭୋଗୀ

author img

By ETV Bharat Odisha Team

Published : Dec 3, 2023, 12:16 PM IST

1.15 କୋଟି ପେନସନ ଭୋଗୀଙ୍କର ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ 35 ଲକ୍ଷରୁ ଅଧିକ ପେନସନ ଭୋଗୀ ନିୟମିତ ଭାବରେ ନିଜର ଲାଇଫ ସାର୍ଟିପିକେଟ ଦେଇଆସୁଛନ୍ତି । ମାର୍ଚ୍ଚ 2024 ସୁଦ୍ଧା, ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ସଂଖ୍ୟା 50 ଲକ୍ଷରୁ ଅଧିକ ରହିବ । ଆଗକୁ ପଢ଼ନ୍ତୁ,

ଡିଜିଟାଲ ଲାଇଫ ସାର୍ଟିପିକେଟ
ଡିଜିଟାଲ ଲାଇଫ ସାର୍ଟିପିକେଟ

ନୂଆଦିଲ୍ଲୀ: ନିକଟରେ 1.15 କୋଟି ପେନସନ ଭୋଗୀଙ୍କ ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଛି । ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । 1ରୁ 30 ନଭେମ୍ବର ମଧ୍ୟରେ କେନ୍ଦ୍ର ଜନ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ନେସନୱାଇଡ଼ ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ଅଭିଯାନ ସଫଳତାର ସହ ସମାପ୍ତ ହୋଇଛି । ପେନସନ ଭୋଗୀ କଲ୍ୟାଣ ବିଭାଗର ମଧ୍ୟ ସହଯୋଗ ରହିଛି ।

ପେନସନ ଭୋଗୀଙ୍କ ଜୀବନକୁ ସହଜ କରିବା ଲକ୍ଷ୍ୟ

ପେନସନ ଭୋଗୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏହି ଅଭିଯାନ ପେନସନ ଭୋଗୀଙ୍କ ଜୀବନକୁ ସହଜ ଏବଂ ସରଳ କରିବାରେ ସହାୟକ ହେବ । ରାଷ୍ଟ୍ରବ୍ୟାପୀ ଏହି ଅଭିଯାନରେ ଦ୍ବାରା 100ଟି ସହରର 597 ସ୍ଥାନରେ 1.15 କୋଟି ଲୋକଙ୍କର ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ପେନସନ ପାଇଁ 38.47 ଲକ୍ଷ, ରାଜ୍ୟ ସରକାରଙ୍କ ପାଇଁ 16.15 ଲକ୍ଷ ଓ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପାଇଁ 50.91 ଲକ୍ଷ ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ସାମିଲ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜିଏସଟି ସଂଗ୍ରହରେ ଓଡିଶାର ସର୍ବକାଳୀନ ରେକର୍ଡ, ନଭେମ୍ବରରେ ୨୭୯୧.୪୫ କୋଟି ଆଦାୟ

ଡିଜିଟାଲ ବ୍ୟବହାର

ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ଡିପୋଜିଟ ଏକ ନିୟମିତ ପ୍ରକ୍ରିୟା । ଏହି ପ୍ରକ୍ରୟାରେ 35 ଲକ୍ଷରୁ ଅଧିକ ପେନସନ ଭୋଗୀ ନିୟମିତ ଭାବରେ ନିଜର ଲାଇଫ ସାର୍ଟିପିକେଟ ଦେଇଆସୁଛନ୍ତି । ମାର୍ଚ୍ଚ 2024 ସୁଦ୍ଧା, ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ସଂଖ୍ୟା 50 ଲକ୍ଷରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । 90 ବର୍ଷରୁ ଅଧିକ ବୟସର ପେନସନ ଭୋଗୀ 24000ରୁ ଅଧିକ ରହିଛନ୍ତି । ଏବଂ ନିୟମିତ ଭାବରେ ସେମାନେ ନିଜର ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ଜମା କରୁଛନ୍ତି । ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ଜମା କ୍ଷେତ୍ରରେ ମହାରାଷ୍ଟ୍ରରେ 5.07 ଲକ୍ଷ, ଉତ୍ତର ପ୍ରଦେଶରେ 4.55 ଲକ୍ଷ, ଏବଂ ପଶ୍ଚିମ ବଙ୍ଗରେ 2.65 ଲକ୍ଷ ରହିଛି । ରିଟାୟରମେଣ୍ଟ ସମୟରେ ମଧ୍ୟ ଡିଜିଟାଲ ଲାଇଫ ସାର୍ଟିପିକେଟ (DLC) ଜମାକରିବାକୁ ବାଧ୍ୟତାମୂଳକ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.