ETV Bharat / business

Layoff: ପୁଣି ଶତାଧିକ କର୍ମଚାରୀଙ୍କୁ ଛଟେଇ କଲେ 2 କମ୍ପାନୀ

author img

By

Published : Dec 7, 2022, 5:21 PM IST

ବିଶ୍ୱ ଅର୍ଥନୈତିକ ଅବନତି ମଧ୍ୟରେ ପୁଣି ଛଟେଇ କଲେ ଦୁଇ କମ୍ପାନୀ । Morgan Stanley ଏବଂ BuzzFeed ଶତାଧିକ କର୍ମଚାରୀଙ୍କ ଛଟେଇ କରିଥିବା ସୂଚନା । ଅଧିକ ପଢନ୍ତୁ

Layoff: ପୁଣି ଶତାଧିକ କର୍ମଚାରୀଙ୍କୁ ଛଟେଇ କଲେ 2 କମ୍ପାନୀ
Layoff: ପୁଣି ଶତାଧିକ କର୍ମଚାରୀଙ୍କୁ ଛଟେଇ କଲେ 2 କମ୍ପାନୀ

ନୂଆଦିଲ୍ଲୀ: ଏପରି ଲାଗୁଛି ବର୍ଷ ଶେଷ ବେଳକୁ ଅଧିକାଂଶ କର୍ମଚାରୀ ଚାକିରି ହରାଇ ଘରେ ବସିଥିବେ ! କାରଣ କିଛି ଦିନ ବ୍ଯବଧାନରେ ପୁଣି ଘରୋଇ କମ୍ପାନୀରେ ଆରମ୍ଭ ହୋଇଯାଇଛି ଛଟେଇ । ଗତକାଲି(ଡିସେମ୍ବର 6) ରେ ପେପ୍ସିକୋ ଶତାଧିକ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ନେଇ ନିଷ୍ପତ୍ତି ନେବା ପରେ ଆଜି ଆଉ ଦୁଇ କମ୍ପାନୀ ଛଟେଇ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ବିଶ୍ୱ ଅର୍ଥନୈତିକ ଅବନତି ମଧ୍ୟରେ ବିଶ୍ବର ପୁଞ୍ଜି ବିନିଯୋଗ ପରାମର୍ଶଦାତା ସଂସ୍ଥା Morgan Stanley ସମଗ୍ର ବିଶ୍ବରେ ଥିବା କାର୍ଯ୍ୟାଳୟର ପ୍ରାୟ 2 ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିଛି । ଏଥିରେ 1600 କର୍ମଚାରୀ ପ୍ରଭାବିତ ହୋଇଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି । ଖବର ଅନୁସାରେ କମ୍ପାନୀରେ ମୋଟ 81 ହଜାର 567 କର୍ମଚାରୀ ଥିଲେ । ବର୍ତ୍ତମାନ ସମଗ୍ର ବିଶ୍ବର କୋଣ ଅନୁକୋଣରେ ଥିବା 1600 କର୍ମଚାରୀଙ୍କ ଛଟେଇ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- PepsiCo Layoffs: ଚାକିରିରୁ ବିଦା ହେବେ ପେପ୍ସିକୋରେ କାମ କରୁଥିବା ଶତାଧିକ କର୍ମଚାରୀ

ସେପଟେ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ BuzzFeed ଏବଂ Morgan Stanley ଶତାଧିକ କର୍ମଚାରୀଙ୍କ ଛଟେଇ କରିଛି । ହଫିଙ୍ଗଟନ୍ ପୋଷ୍ଟ ଏବଂ କମ୍ପ୍ଲେକ୍ସ ନେଟୱାର୍କର ମାଲିକ ଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ବୁଜ୍‌ଫିଡ୍ ଅନ୍ତତଃ ପକ୍ଷେ 180 କର୍ମଚାରୀ ଅର୍ଥାତ୍ 12% କର୍ମଜୀବୀଙ୍କୁ ଛଟେଇ କରିଥିବା ଜଣାପଡିଛି । ପ୍ରକାଶ ଥାଉକି, BuzzFeed ହେଉଛି ଏକ ଆମେରିକୀୟ ଇଣ୍ଟରନେଟ୍ ମିଡିଆ, ସମ୍ବାଦ ଏବଂ ମନୋରଞ୍ଜନ କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.