ETV Bharat / business

କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଟାର୍ଗେଟରେ ବେକାରୀ ଯୁବଗୋଷ୍ଠୀ, ରୁହନ୍ତୁ ସାବଧାନ

author img

By

Published : Feb 12, 2023, 4:54 PM IST

ଆର୍ଥିକ ଆବଶ୍ୟକତା ବେକାରୀ ଯୁବକଙ୍କ ସ୍ଥିତି ଆହୁରି ସମ୍ବେଦନଶୀଳ କରିଥାଏ । ସେମାନେ ଆବଶ୍ୟକତା ପୂରଣ ପାଇଁ ଆୟର ସନ୍ଧାନରେ ଥାଆନ୍ତି । ଏହାର ସୁଯୋଗ ନେଇ ସେମାନଙ୍କୁ ଟାର୍ଗେଟ କରୁଛନ୍ତି କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା । ଡିଜିଟାଲ ଆପ୍ ଜରିଆରେ ତତ୍କାଳ ଋଣର ଲୋଭ ଦେଖାଇ ଯୁବଗୋଷ୍ଠୀଙ୍କୁ ନିଜ ଜାଲରେ ଫସାଉଛନ୍ତି । ଅଧିକ ପଢନ୍ତୁ

Micro lenders cause mega trouble
Micro lenders cause mega trouble

ହାଇଦ୍ରାବାଦ: ଆର୍ଥିକ ଘଡସନ୍ଧି ମୁହୂର୍ତ୍ତରେ ତରବରିଆ ଭାବେ ନିଷ୍ପତ୍ତି ନେବା ଆପଣଙ୍କୁ ମହଙ୍ଗା ପଡିପାରେ । ବିଶେଷକରି ଯେଉଁମାନଙ୍କ ପାଖରେ ନିୟମିତ ଆୟ ଉତ୍ସ ନାହିଁ ଅଥବା ଚାକିରି ହରାଇଛନ୍ତି ସେମାନେ ଅଧିକାଂଶ ସମୟରେ ତ୍ରୁଟିପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେଇଥାନ୍ତି । ଏପରି ସ୍ଥିତିରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ବା ଅନେକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ସେହିଭଳି ବ୍ୟକ୍ତିବିଶେଷ ବା ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିଥାନ୍ତି । ବର୍ତ୍ତମାନ ହଜାର ହଜାର କର୍ମଚାରୀ ଚାକିରି ହରାଉଛନ୍ତି । ଅନେକ ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ହୋଇ ହାତ ବାନ୍ଧି ବସିଛନ୍ତି । ଏହାର ଫାଇଦା ନେଇ ସେମାନଙ୍କୁ ତତ୍କାଳ ଋଣ ନାଁରେ ନିଜ ଜାଲରେ ଫସାଉଛନ୍ତି କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା । ତେଣୁ ଏହି ଋଣ ସଂସ୍ଥାଗୁଡିକ ଜାଲରେ ପଡିବାରୁ ଦୂରେଇ ରହିବା ଆବଶ୍ୟକ । ନଚେତ୍ ଗୋଟିଏ ଭୁଲ୍ ନିଷ୍ପତ୍ତି ଭବିଷ୍ୟତରେ ବଡ ସମସ୍ୟା ହୋଇପାରେ ।

ସମ୍ପ୍ରତ୍ତି ଡିଜିଟାଲ ମିଡିଆ ଓ ସ୍ମାର୍ଟଫୋନର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ କ୍ଷୁଦ୍ର ଅର୍ଥଲଗାଣୀ ସଂସ୍ଥା ବା ଅଣ ବ୍ୟାଙ୍କିଂ ଅନୁଷ୍ଠାନଗୁଡିକ ବେକାରୀ ଯୁବଗୋଷ୍ଠୀଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ବ୍ୟାଙ୍କ୍‌ ଏବଂ ରେଗୁଲାର ଆର୍ଥିକ ଅନୁଷ୍ଠାନରୁ ବୈଧ ଡକ୍ୟୁମେଣ୍ଟ ବିନା ଋଣ ମିଳିବା ଅସମ୍ଭବ । ମାତ୍ର ମାଇକ୍ରୋ ଲେଣ୍ଡର ବା କ୍ଷୁଦ୍ର ଅର୍ଥଲଗାଣୀ ସଂସ୍ଥା କୌଣସି ଡକ୍ୟୁମେଣ୍ଟ ଏମିତିକି ଉଧାରକର୍ତ୍ତାଙ୍କ ହସ୍ତଖତ ବିନା ଋଣ ପ୍ରଦାନ କରିବାକୁ ଆଗେଇ ଆସୁଛନ୍ତି । ଏହି ସଂସ୍ଥାଗୁଡିକ ଆର୍ଥିକ ସମସ୍ୟା ସହ ଯୁଝୁଥିବା ସେହି ଯୁବଗୋଷ୍ଠୀଙ୍କୁ ପାଇଁ ଏପରି ପରିବେଶ ସୃଷ୍ଟି କରିଛନ୍ତି ଯଦ୍ବାରା ସେମାନେ ଡିଜିଟାଲ ଲୋନ ନେବାକୁ ବାଧ୍ୟ ହେଉଛନ୍ତି ।

କ୍ଷୁଦ୍ର ଋଣ ନେବା ପୂର୍ବରୁ ପ୍ରଥମେ ଋଣ ଦେଉଥିବା ସଂସ୍ଥାର କୌଣସି ଭୌତିକ ଠିକଣା ରହିଛି ନା ନାହିଁ ତାହା ଭଲ ଭାବେ ଯାଞ୍ଚ କରିବା ସବୁଠୁ ଜରୁରୀ । ମାଇକ୍ରୋ ଫାଇନାନ୍ସ ବ୍ୟବସାୟ କରିବା ପାଇଁ ପ୍ରତ୍ୟେକ ଫାର୍ମକୁ କିଛି ଗାଇଡଲାଇନ ମାନିବାକୁ ପଡ଼ିଥାଏ । ଏହି ବ୍ୟବସାୟ ପାଇଁ ଫାର୍ମଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରୁ mobile-only NBFC ଲାଇସେନ୍ସ ପ୍ରାପ୍ତ କରିବାକୁ ପଡିଥାଏ । ଯଦି କୌଣସି RBI ଲାଇସେନ୍ସ ବିନା କୌଣସି ସଂସ୍ଥା କ୍ଷୁଦ୍ର ଋଣ ବା ମାଇକ୍ରୋ ଲୋନ୍‌ ଦିଏ ତେବେ ତାହା ଠକେଇ ବୋଲି ଆପଣ ନିଶ୍ଚିତ ହୋଇଯାଆନ୍ତୁ ।

ଏହିଭଳି ଆର୍ଥିକ ସଂସ୍ଥାରୁ ଋଣ ନେବା ଠାରୁ ଦୂରେଇ ରୁହନ୍ତୁ । ଆପଣ ସମ୍ପୃକ୍ତ ସଂସ୍ଥାର ଫୋନ ନମ୍ବର ଏବଂ ଅନ୍‌ଲାଇନ୍‌ ରିଭ୍ୟୁ ଯାଞ୍ଚ କରିପାରିବେ । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଲୋନ ଆପ୍ ଡାଉନଲୋଡ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ । ଡାଇନଲୋଡ ସମୟରେ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର ପାଇଁ ଅନୁମତି ମାଗିଥାଏ । ଏହାଦ୍ବାରା ଭବିଷ୍ୟତରେ ଆପଣଙ୍କ ଫୋନ ନମ୍ବର ଏବଂ ଫଟୋର ଅପବ୍ୟବହାର ହୋଇପାରେ ।

ଏହି ଆର୍ଥିକ ସଂସ୍ଥାଗୁଡିକ ଉଧାରକର୍ତ୍ତାଙ୍କ ଆଧାର ଏବଂ ପାନ କାର୍ଡ ତଥ୍ୟା ନେଇ ତାଙ୍କୁ ହଇରାଣ କରିବାକୁ ଅନ୍ୟ କୌଶଳ ଆପଣାଉଛନ୍ତି । ସେମାନେ ଉଧାରକର୍ତ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରି ଠକେଇରେ ଫସାଉଛନ୍ତି । ଟଙ୍କା ଦରକାର ପଡ଼ିଲେ ଲୋକମାନେ ତତ୍କାଳ ଋଣ(instant loan) ନେବାକୁ ଭାବୁଛନ୍ତି । ତେବେ ଏପରି କରିବା ପୂର୍ବରୁ ସମ୍ପୃକ୍ତ ମୋବାଇଲ ଲୋନ ଆପ୍‌ର ପରିଚୟ ଛାନ୍‌ଭିନ୍‌ କରନ୍ତୁ । ଏହାସହିତ ଲୋନ୍‌ ସହ ଜଡିତ ଥିବା ସୁଧହାର ଯାଞ୍ଚ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.