ETV Bharat / business

ଅକ୍ଟୋବର ପହିଲାରୁ ନୂଆ ନିୟମ, ସାଧାରଣ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ

author img

By ETV Bharat Odisha Team

Published : Sep 29, 2023, 8:34 PM IST

ପ୍ରତିମାସର 1 ତାରିଖ ଭଳି ଏଥର ମଧ୍ୟ ଅକ୍ଟୋବର ମାସର ପ୍ରଥମ ଦିନ ଅର୍ଥାତ 1 ତାରିଖ ଅନେକ ପରିବର୍ତ୍ତନ ନେଇ ଆସୁଛି । ଅଧିକ ପଢ଼ନ୍ତୁ

ଅକ୍ଟୋବର 1ରୁ ନୂଆ ନିୟମ
ଅକ୍ଟୋବର 1ରୁ ନୂଆ ନିୟମ

ନୂଆଦିଲ୍ଲୀ: ପ୍ରତି ମାସର 1 ତାରିଖ ବହୁତ ଖାସ ହୋଇଥାଏ। ଏହି ତାରିଖ ଆସିବା ସହ ଅନେକ ପରିବର୍ତ୍ତନ ନେଇ ଆସିଥାଏ। ଯାହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ। ତେବେ ପ୍ରତିମାସର 1 ତାରିଖ ଭଳି ଏଥର ମଧ୍ୟ ଅକ୍ଟୋବର ମାସର ପ୍ରଥମ ଦିନ ଅର୍ଥାତ 1 ତାରିଖ ଅନେକ ପରିବର୍ତ୍ତନ ନେଇ ଆସୁଛି। ଯଦି ଆପଣ ଏହି ପରିବର୍ତ୍ତନ ବିସୟରେ ଅବଗତ ନାହାନ୍ତି ତେବେ ଆପଣ ଅନେକ ଅସୁବିଧାର ସମ୍ମୁଥଖୀନ ହୋଇ ପାରନ୍ତି। ତେବେ ଜାଣନ୍ତୁ ଆସନ୍ତା ମାସରେ କଣ କଣ ପରିବର୍ତ୍ତନ ହେବ ଯାହା ସମସ୍ତଙ୍କ ଉପରେ ଏହାର ପ୍ରଭାବ ପକାଇବ।

2000 ଟଙ୍କା ନୋଟ୍‌ ବନ୍ଦ: ଅକ୍ଟୋବର 1 ତାରିଖରୁ 2000 ଟଙ୍କିଆ ନୋଟ ଅଚଳ ହେବ। ଆରବିଆଇ(RBI) ମେ 19 ତାରିଖରେ 2000 ଟଙ୍କା ନୋଟ ସର୍କୁଲେସନ କରିବା ବନ୍ଦ କରିଥିଲା। ଏହାସହ ଏହି ନୋଟକୁ ସେପ୍ଟେମ୍ବର 30 ତାରିଖ ସୁଦ୍ଧା ବ୍ୟାଙ୍କରେ ଜମା କରିବା ପାଇଁ ନିର୍ଦ୍ଧାରିତ କରିଥିଲା। ତେବେ ଆଉ ମାତ୍ର 2 ଦିନ ପରେ ଗୋଲାପି ଟଙ୍କା ( 2000 ଟଙ୍କା) ଅଚଳ ହୋଇଯିବ। ଯଦି ଏବେ ମଧ୍ୟ ଆପଣଙ୍କ ପାଖରେ 2000 ଟଙ୍କିଆ ନୋଟ ଅଛି ତେବେ ତୁରନ୍ତ ଏହାକୁ ବ୍ୟାଙ୍କରେ ବଦଳାନ୍ତୁ।

ଏକକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର: ଜନ୍ମ ଓ ମମୃତ୍ୟୁ ପଞ୍ଜିକରଣ ଅଧିନିୟମ 2023, ଅକ୍ଟୋବର 1ରୁ ସାରା ଦେଶରେ ଲାଗୁ ହେବ। ତେବେ ଏହି ଆଇନ ଅନୁଯାୟୀ ଜନ୍ମ ପ୍ରମାଣପତ୍ର ଏକକ ପରିଚୟପତ୍ର ଭାବରେ ବ୍ୟବହାର କରାଯିବ। ଯେପରିକି ଏହା ଶିକ୍ଷାନୁଷ୍ଠାନରେ ଆଡମିସନ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ଏବଂ ସରକାରୀ ଚାକିରି ନିଯୁକ୍ତି କ୍ଷେତ୍ରରେ ଏକକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯିବ।

ଏହା ମଧ୍ୟ ପଢ଼ନ୍ତୁ...Last date of Return Rs2000: ପାଖେଇ ଆସୁଛି ସମୟସୀମା, ତୁରନ୍ତ ବଦଳାନ୍ତୁ 2000 ଟଙ୍କା ନୋଟ୍‌

ନୂଆ ଡେବିଟ ଓ କ୍ରେଡିଟ କାର୍ଡ ନିୟମ: 2023 ଅକ୍ଟୋବର 1 ତରିଖରୁ RBI, ବ୍ୟାଙ୍କ ଗୁଡ଼ିକୁ ଏକାଧିକ ନେଟୱର୍କ ଓ ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦିତ ନେଟୱର୍କ କାର୍ଡ ବାଛିବାର ବିକଳ୍ପ ଦେବାକୁ କହିଛି।

ଆଧାର, ପାନ କାର୍ଡ ନଦେଲେ ସ୍ମଲ ସେଭିଂ ସ୍କିମ ବନ୍ଦ ହେବ: ଯେଉଁମାନେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF), ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ( SCSS), ଜାତୀୟ ସଞ୍ଚୟ ପ୍ରମାଣପତ୍ର(NSC) ଭଳି ସ୍ବଳ୍ପ ସଞ୍ଚୟ ଯୋଜନାରେ ବିନିଯୋଗ କରିଛନ୍ତି ସେମାନେ ସେପ୍ଟେମ୍ବର 30ତାରିଖ ସୁଦ୍ଧା ଏଥିରେ ପାନ ଓ ଆଧାରକୁ ସଞ୍ଜୋଗ କରିବା ବାଧ୍ୟତାମୂଳକ କରାଯାଇଛି। ତେବେ ସରକାରୀ ନିୟମ ଅନୁଯାୟୀ ଅକ୍ଟୋବର 1 ଠାରୁ ଡକ୍ୟୁମେଣ୍ଟ ପ୍ରଦାନ ନକରିବା ପର୍ଯ୍ୟାନ୍ତ ଆକାଉଣ୍ଟକୁ ସ୍ଥଗିତ ରଖାଯିବ।

ଟିସିଏସର ନୂଆ ନିୟମ: ତେବେ ଅକ୍ଟୋବର 1ରୁ ସରକାର ଟିସିଏସ ଉତ୍ସରେ ଟିକସ ସଂଗ୍ରହ କରିବାର ଏକ ନୂଆ ନିୟମ କରିବାକୁ ଯାଉଛନ୍ତି। ଏହି ନିୟମ ଅନ୍ତର୍ଜାତୀୟ ଭ୍ରମଣ, ବିଦେଶୀ ଷ୍ଟକ ବିନିଯୋଗ, ମ୍ୟୁଚୁଆଲ ଫଣ୍ଡ, କ୍ରିପ୍ଟୋକରେନ୍ସି ଏବଂ ଉଚ୍ଚ ଶିକ୍ଷା ପାଇଁ ଏହି ପରିବର୍ତ୍ତନ ନିୟମ ଗୁରୁତ୍ବପୂର୍ଣ୍ଣ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.