ETV Bharat / business

Gold-Fuel Rate Update: ଜାଣନ୍ତୁ କେଉଁଠି କେତେ ?

author img

By

Published : Apr 22, 2022, 9:11 AM IST

Updated : Apr 22, 2022, 9:16 AM IST

ସୁନା କିଣିବାକୁ ଯାଉଛନ୍ତି କି ? ଜାଣନ୍ତୁ କ'ଣ ରହିଛି ସୁନା ଓ ରୂପା ଦର । ଅଧିକ ପଢନ୍ତୁ

Gold-Fuel Rate Update: ଜାଣନ୍ତୁ କେଉଁଠି କେତେ ?
Gold-Fuel Rate Update: ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି ତେଲ ଦର । ପ୍ରତିଦିନ ୮୦ ପଇସା ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର(Petrol Diesel Prices)ରେ ଏବେ ବ୍ରେକ୍ ଲାଗିଛି । ଆଜି ୧୬ ଦିନରେ ତେଲ କମ୍ପାନୀମାନେ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଯାହା ସାମାନ୍ୟ ଆଶ୍ବସ୍ତ ଦେଇଥିଲେ ହେଁ ଏବେ ବି ପେଟ୍ରୋଲ ପକାଇବା ସମୟରେ ପକେଟ ପୋଡୁଛି । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୧୨.୬୮ ଟଙ୍କା ଥିବାବେଳେ ଡିଜେଲ ୧୦୨.୩୫ ଟଙ୍କା ଉପରେ ରହିଛି ।

ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା । ବର୍ତ୍ତମାନ ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।

Gold-Fuel Rate Update: ଜାଣନ୍ତୁ କେଉଁଠି କେତେ ?
Gold-Fuel Rate Update: ଜାଣନ୍ତୁ କେଉଁଠି କେତେ ?

ଅନ୍ୟପଟେ ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ସୁନା ଦର ମଧ୍ୟ ବଢୁଛି । ଆଜି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ରେଟ୍ ୧୦ ଗ୍ରାମ ପିଛା ୪୯,୩୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୩,୭୮୦ ଟଙ୍କାରେ ବିକ୍ରି ରହିଛି । ରାଜଧାନୀ ଭୁବନେଶ୍ବରର ମଧ୍ୟ ରେଟ୍ ସମାନ ରହିଛି । ରୂପା କେଜି ପିଛା ୬୮, ୩୦୦ ଟଙ୍କାରେ ବିକ୍ରି ହେଉଛି । ଗତକାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୫୩,୬୨୦ ଟଙ୍କା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 22, 2022, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.