ETV Bharat / business

Fuel prices Update: ଆଜି ବି ସ୍ଥିର ତେଲ ଦର, ଜାଣନ୍ତୁ କେଉଁଠି କେତେ

author img

By

Published : Apr 14, 2022, 9:27 AM IST

ତେଲ ଦରରେ ବ୍ରେକ । ଲଗାତାର ୮ ଦିନ ହେଲାଣି ଦେଶରେ ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢନ୍ତୁ

Fuel prices Update: ଆଜି ବି ସ୍ଥିର ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେଉଁଠି କେତେ
Fuel prices Update: ଆଜି ବି ସ୍ଥିର ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି ତେଲ ଦର(Petrol, diesel prices remain unchanged ) । ଲଗାତାର ୮ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ସେହିପରି ଗତ ଏକ ସପ୍ତାହ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପିଛା ପାଖାପାଖି ୧୦୦ ଡଲାର ରହିଛି ।

୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଦେଶର ତେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଥିଲା । ପରବର୍ତ୍ତୀ ସମୟରେ ତାହା ହିଁ ଘଟିଲା । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା । ଫଳରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ୧୨୦ ଟଙ୍କା ପାର୍ କରିଥିବା ବେଳେ ଡିଜେଲ ମଧ୍ୟ ଶତକ ଛୁଇଁଛି ।

ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ଯଥାକ୍ରମେ ୧୦୫.୪୧ ଟଙ୍କା ଏବଂ ୯୬.୬୭ ଟଙ୍କା ରହିଛି । ଗୋଟିଏ ସପ୍ତାହ ଧରି ତେଲ ଦରରେ ବ୍ରେକ୍ ଲାଗିଥିବା ସୁଦ୍ଧା ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.