ETV Bharat / business

ଅପ୍ରେଲ ଜୁଲାଇରେ Corporate Tax 34 ପ୍ରତିଶତ ବୃଦ୍ଧି

author img

By

Published : Aug 14, 2022, 10:54 PM IST

ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ କର୍ପୋରେଟ୍ ଟ୍ୟାକ୍ସ 34% ବୃଦ୍ଧି । ଟ୍ବିଟ କରି ସୂଚନା ଦେଲା ଆୟକର ବିଭାଗ । ଅଧିକ ପଢ଼ନ୍ତୁ

Etv Bharatଅପ୍ରେଲ ଜୁଲାଇରେ Corporate Tax 34 ପ୍ରତିଶତ ବୃଦ୍ଧି
Etv Bharatଅପ୍ରେଲ ଜୁଲାଇରେ Corporate Tax 34 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ କମ୍ପାନୀର ଆୟ ଉପରେ ଆଦାୟ ହୋଇଥିବା 'କର୍ପୋରେଟ୍ ଟ୍ୟାକ୍ସ' 34% ବୃଦ୍ଧି ଘଟିଛି । ଆୟକର ବିଭାଗ ଟ୍ବିଟ୍‌ କରି ଅପ୍ରେଲ-ଜୁଲାଇ ମଧ୍ୟରେ ହୋଇଥିବା କର୍ପୋରେଟ୍ ଟ୍ୟାକ୍ସ ସଂଗ୍ରହ ବୃଦ୍ଧି ବିଷୟରେ ସୂଚନା ଦେଇଛି । ବିଭାଗ ଟିକସ ସଂଗ୍ରହର ପ୍ରକୃତ ପରିମାଣ ପ୍ରକାଶ କରିନଥିବା ବେଳେ 2022-23 ଆର୍ଥିକ ବର୍ଷରେ ଜୁଲାଇ 31, 2022 ପର୍ଯ୍ୟନ୍ତ କର୍ପୋରେଟ ଟ୍ୟାକ୍ସ ସଂଗ୍ରହ ପୂର୍ବ ଆର୍ଥିକ ବର୍ଷ ତୁଳନାରେ 34 ପ୍ରତିଶତ ଅଧିକ ବୋଲି କହିଛି ।

ଆୟକର ବିଭାଗ କହିଛି ଯେ, 2021-22 ଆର୍ଥିକ ବର୍ଷରେ କର୍ପୋରେଟ୍ ଟ୍ୟାକ୍ସର ମୋଟ ସଂଗ୍ରହ 7.23 ଲକ୍ଷ କୋଟିରେ ପହଞ୍ଚିଛି, ଯାହାକି 2020-21 ବର୍ଷର ଟିକସ ସଂଗ୍ରହଠାରୁ 58 ପ୍ରତିଶତ ଅଧିକ । ଚଳିତ ଆର୍ଥିକ ବର୍ଷରେ ଟିକସ ସଂଗ୍ରହରେ ଅଭିବୃଦ୍ଧିର ସକରାତ୍ମକ ଧାରା ମଧ୍ୟ ଜାରି ରହିଛି । ଏହା ଦର୍ଶାଉଛି ଯେ, ଟିକସ ବ୍ୟବସ୍ଥାର ସରଳୀକରଣ ଏବଂ ଟିକସ ହାର ହ୍ରାସ ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଭାବଶାଳୀ ହୋଇଛି ।

ବିଭାଗ ଏହି ଆକଳନ ସହିତ, 2019 ରେ କର୍ପୋରେଟ୍ ଟିକସ ହାର ହ୍ରାସକୁ ନେଇ ସମାଲୋଚନାର ଉତ୍ତର ଦେବାକୁ ଚେଷ୍ଟା କରିଛି । ସମାଲୋଚକମାନେ କହିଥିଲେ ଯେ, କମ୍ପାନୀଗୁଡିକ ପାଇଁ ଟିକସ ହାର ହ୍ରାସ କରିବା ଦ୍ବାରା ସରକାରୀ ସମ୍ପତ୍ତିର ହ୍ରାସ ହେବ ଏବଂ ସାମାଜିକ କଲ୍ୟାଣ ଯୋଜନାରେ ସରକାରୀ ଖର୍ଚ୍ଚ ପ୍ରଭାବିତ ହେବ । ସେପ୍ଟେମ୍ବର 2019ରେ ସରକାର କମ୍ପାନୀମାନଙ୍କୁ 30 ପ୍ରତିଶତ ଟିକସ ହାରରୁ 22 ପ୍ରତିଶତ ଟିକସ ହାରକୁ ପରିବର୍ତ୍ତନ କରିବାକୁ ବିକଳ୍ପ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.