ETV Bharat / business

Bank Holiday: ସେପ୍ଟେମ୍ବରରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍‌, ଛୁଟି ତାଲିକା ପ୍ରକାଶ କଲା RBI

author img

By ETV Bharat Odisha Team

Published : Sep 1, 2023, 8:23 PM IST

RBI ଓ୍ବେବସାଇଟ ତଥ୍ୟ ଅନୁସାରେ ଏଥର 2023 ସେପ୍ଟେମ୍ବରରେ 16 ଦିନ ବନ୍ଦ ରହିବ ବ୍ଯାଙ୍କ । ଯଦି ବ୍ଯାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଛୁଟି ତାଲିକାକୁ ଜାଣି ରଖନ୍ତୁ। ଅଧିକ ପଢ଼ନ୍ତୁ

ସେପ୍ଟେମ୍ବର ମାସ ବ୍ୟାଙ୍କ ଛୁଟି
ସେପ୍ଟେମ୍ବର ମାସ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପ୍ରତି ମାସରେ ବ୍ୟାଙ୍କ୍‌ର ଛୁଟି ତାଲିକା ପ୍ରକାଶ କରିଥାଏ । ଏଥର ମଧ୍ୟ ସେପ୍ଟେମ୍ବର ମାସ ପାଇଁ ଛୁଟିର ତାଲିକା ଜାରି କରିଛି । ତେବେ RBIର ଏହି ଲିଷ୍ଟ ବ୍ୟାଙ୍କ କର୍ମଚାରୀମାନଙ୍କ ପାଇଁ ଖୁସି ଆଣିଦେଇଛି । ଯଦି ଆପଣମାନେ ସେପ୍ଟେମ୍ବରରେ କୌଣସି ବ୍ଯାଙ୍କ ସମ୍ବନ୍ଧୀୟ କାମ କରିବାକୁ ଚାହିଁଛନ୍ତି ତେବେ ଏହି ଛୁଟି ତାଲିକାକୁ ଜାଣି ରଖନ୍ତୁ, ନଚେତ ଅସୁବିଧାର ସାମ୍ନା କରିପାରନ୍ତି । RBIର ତାଲିକା ଅନୁସାରେ, ଏଥର ସେପ୍ଟେମ୍ବରରେ ଅଧା ଦିନ ବ୍ୟାଙ୍କରେ ତାଲା ପଡ଼ିବ ଅର୍ଥାତ ବ୍ୟାଙ୍କ କାରବାର ବନ୍ଦ ରହିବ ।

ତେବେ RBI ପ୍ରତି ମାସରେ ବ୍ୟାଙ୍କ ଛୁଟିର ତାଲିକା ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିଥାଏ । ଓ୍ବେବ୍‌ସାଇଟ୍‌ ତଥ୍ୟ ଅନୁସାରେ ଏଥର 2023 ସେପ୍ଟେମ୍ବରରେ ବ୍ଯାଙ୍କ 16 ଦିନ ବନ୍ଦ ରହିବ । ଏହି ଛୁଟିରେ ବଭିନ୍ନ ରାଜ୍ୟର ପର୍ବପର୍ବାଣୀକୁ ସାମିଲ କରାଯାଇଛି । ଏହା ସହିତ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସମେତ ରବିବାର ଛୁଟିକୁ ମଧ୍ୟ ସାମିଲ କରାଯାଛି । ତେବେ ପ୍ରତି ରାଜ୍ୟରେ ପର୍ବ ଅଲଗା ଅଲଗା ଥିବାରୁ ସେପ୍ଟେମ୍ବରରେ ଛୁଟି ସଂଖ୍ୟା ବଢ଼ିଛି ।

ଏହା ମଧ୍ୟ ପଡ଼ନ୍ତୁ...Rules Change From 1st Sept 2023: ରାତିପାହିଲେ ବଦଳି ଯିବ ଏସବୁ ନିୟମ

ସେପ୍ଟେମ୍ବର ମାସରେ ପ୍ରଥମେ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଛି। ଏହାପରେ ଗଣେଷ ଚତୁର୍ଥୀ ଏବଂ ଇଦ୍‌ ଭଳି ପର୍ବ ରହିଛି । ତେବେ ବ୍ୟାଙ୍କର ଛୁଟିକୁ ନେଇ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ କାରଣ ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ଯମରେ ଉପଲବ୍ଧ ହେବ। ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ କରିପାରିବେ। ଏହା ବ୍ୟତୀତ ନେଟ୍‌ ବ୍ୟାଙ୍କିଂ ମଧ୍ୟ ଏକ ଭଲ ବିକଳ୍ପ । ତେବେ ବ୍ଯାଙ୍କର ଛୁଟିଦିନ ଗୁଡିକୁ ଆପଣମାନେ ଆପଣଙ୍କ ମୋବାଇଲରେ ଦେଖି ପାରିବେ।

ସେପ୍ଟେମ୍ବର ମାସ ବ୍ୟାଙ୍କ ଛୁଟି ଦିନ:-

ତାରିଖ

ଦିନ କାରଣ ରାଜ୍ୟ
3 ସେପ୍ଟେମ୍ବର ରବିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
6 ସେପ୍ଟେମ୍ବର ବୁଧବାର ଜନ୍ମାଷ୍ଟମୀ ଓଡି଼ଶା, ତାମିଲନାଡୁ, ତେଲେଙ୍ଗାନା, ବିହାର
7 ସେପ୍ଟେମ୍ବର ଗୁରୁବାର ଜନ୍ମାଷ୍ଟମୀଗୁଜୁରାଟ, ପଞ୍ଜାବ, ତେଲେଙ୍ଗାନା, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ହିମାଚଳ ପ୍ରଦେଶ, ମେଘାଳୟ, ଉତ୍ତରାଖଣ୍ଡ,ସିକ୍କିମ
9 ସେପ୍ଟେମ୍ବର ଦ୍ବତୀୟ ଶନିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
10 ସେପ୍ଟେମ୍ବର ରବିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
17ସେପ୍ଟେମ୍ବର ରବିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
18 ସେପ୍ଟେମ୍ବର ସୋମବାର ବିନାୟକ ଚତୁର୍ଥୀ କର୍ଣ୍ଣାଟକ, ତେଲେଙ୍ଗାନା
19 ସେପ୍ଟେମ୍ବର ମଙ୍ଗଳବାର ଗଣେଷ ଚତୁର୍ଥୀ ଗୁଜୁରାଟ, ଓଡି଼ଶା, ମହାରାଷ୍ଟ୍ର, ଗୋଆ
20 ସେପ୍ଟେମ୍ବର ବୁଧବାର ଗଣେଷ ଚତୁର୍ଥୀ, ନୂଆଖାଇ କେରଳ, ଓଡ଼ିଶା
22 ସେପ୍ଟେମ୍ବର ଶୁକ୍ରବାର ନାରାୟଣ ଗୁରୁ ସମାଧୀ ଦିବସ କେରଳ, ଗୋଆ
23 ସେପ୍ଟେମ୍ବର ଚତୁର୍ଥ ଶନିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
24 ସେପ୍ଟେମ୍ବର ରବିବାର ସପ୍ତାହିକ ଛୁଟି ସମସ୍ତ ରାଜ୍ୟ
25ସେପ୍ଟେମ୍ବର ସୋମବାର ଶ୍ରୀମଦ ଶଙ୍ଗରଦେବ ଜୟନ୍ତୀ ଆସାମ
27 ସେପ୍ଟେମ୍ବର ବୁଧବାର ମିଲାଦ-ଏ-ଶରିଫ ଜମ୍ମୁ, କେରଳ
28ସେପ୍ଟେମ୍ବର ଗୁରୁବାର ଇଦ୍‌-ଏ-ମିଲାଦ-ଉନ-ନବି ଗୁଜୁରାଟ, ଅରୁଣାଚଳ ପ୍ରଦେଶ , କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ,ଆନ୍ଧ୍ର ପ୍ରହେଶ, ତେଲେଙ୍ଗାନା, ମଣିପୁର, ଉତ୍ତର ପ୍ରଦ୍ଶ, ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ଼
29 ସେପ୍ଟେମ୍ବର ଶୁକ୍ରବାର ଇଦ୍‌-ଏ-ମିଲାଦ-ଉନ-ନବି ଆସାମ, ଜମ୍ମୁ ଓ କାଶ୍ମୀର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.