ETV Bharat / business

ଖୋଲିଲା ଜୋମାଟୋ IPO, ପ୍ରାଥମିକ ପର୍ଯ୍ୟାୟରେ 36% ସବସ୍କ୍ରାଇବ

author img

By

Published : Jul 14, 2021, 9:05 PM IST

ଖୋଲିଲା ଜୋମାଟୋ IPO, ପ୍ରାଥମିକ ପର୍ଯ୍ୟାୟରେ 36% ସବସ୍କ୍ରାଇବ
ଖୋଲିଲା ଜୋମାଟୋ IPO, ପ୍ରାଥମିକ ପର୍ଯ୍ୟାୟରେ 36% ସବସ୍କ୍ରାଇବ

ଆଜିଠୁ ଖୋଲିଲା ଫୁଡ ଅର୍ଡର ପ୍ଲାଟଫର୍ମ ଜୋମାଟୋର IPO । ଏହା ଖୋଲିବାର କିଛି ସମୟ ମଧ୍ୟରେ 36 ପ୍ରତିଶତରୁ ଅଧିକ ସେୟାର ସବସ୍କ୍ରାଇବ କରାଯାଇଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଖୋଲିଲା ଜୋମାଟୋ IPO । ଫୁଡ ଅର୍ଡର ପ୍ଲାଟଫର୍ମ ଜୋମାଟୋର ଇନିସିଆଲ ପବ୍ଲିକ ଅଫର ଆଜିଠାରୁ ଖୋଲିଛି । ତେବେ ଖୁଚୁରା ନିବେଶକଙ୍କ ଠାରୁ ଏହାକୁ ଭଲ ପ୍ରତିକ୍ରିୟା ମିଳୁଛି । ଆଜି ସକାଳ 10ଟାରୁ ଜୋମାଟୋ IPO ଖୋଲା ହୋଇଥିବାବେଳେ ମାତ୍ର ଘଣ୍ଟାକ ମଧ୍ୟରେ ଏଥିରେ ଖୁଚୁରା ନିବେଶକଙ୍କ ଅଂଶ 100 ପ୍ରତିଶତ ରହିଛି । ସେହିପରି ପ୍ରାଥମିକ ପର୍ଯ୍ୟାୟରେ 36 ପ୍ରତିଶତରୁ ଅଧିକ ସେୟାର ସବସ୍କ୍ରାଇବ କରାଯାଇଛି । ଖୁଚୁରା ବ୍ୟକ୍ତିଗତ ନିବେଶକଙ୍କ ପାଇଁ ସଂରକ୍ଷିତ 12.95 କୋଟି ସେୟାର ସହିତ 24.76ର କୋଟି ସେୟାର ସାଢେ 1 ଟା ସୁଦ୍ଧା ବିଡ୍ ହୋଇଛି ।

ନିବେଶକ ଜୋମାଟୋ IPOରେ ଆଜିଠୁ ଅର୍ଥାତ୍ 14 ଜୁଲାଇ ଠାରୁ 16 ଜୁଲାଇ ପର୍ଯ୍ୟନ୍ତ ନିବେଶ କରିପାରିବେ । ଆଇପିଓରେ ଖୁଚୁରା ନିବେଶକଙ୍କ ପାଇଁ 10 ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଛି । ଏହାର ପ୍ରାଇସ ବ୍ରାଣ୍ଡ 72-76 ଟଙ୍କା ଏବଂ ଲଟ ସାଇଜ 195 ସେୟାର ବିଶିଷ୍ଟ ଅଟେ । ଅର୍ଥାତ୍ ନିବେଶକ 195 ସେୟାର ପାଇଁ ନିବେଶ କରିପାରିବେ । ନିବେଶକଙ୍କୁ IPOର ଅପର ବ୍ରାଣ୍ଡର ଅନୁଯାୟୀ ଗୋଟିଏ ଲଟ ପିଛା ସର୍ବନିମ୍ନ 14,820 ଟଙ୍କା ନିବେଶ କରିବାକୁ ହେବ ।

କମ୍ପାନୀ ଇନିସିଆଲ ପବ୍ଲିକ ଅଫର(IPO) ମାଧ୍ୟମରେ 9 ହଜାର 375 କୋଟି ଟଙ୍କା ହାସଲ କରିବାକୁ ଯୋଜନା କରିଛି । ଏହା ଅଧୀନରେ 9 ହଜାର କୋଟି ଟଙ୍କାର ନୂଆ ସେୟାର ପ୍ରଦାନ କରାଯିବ । ସେହିପରି 375 କୋଟି ଟଙ୍କାର ସେୟାର ଅଫର ଫର ସେଲ(OFS) ଜରିଆରେ ବିକ୍ରୟ କରାଯିବ ।

ତେବେ ଆପଣ ଜୋମାଟୋ ଆଇପିଓରେ paytm money ମାଧ୍ୟମରେ ମଧ୍ୟ ନିବେଶ କରିପାରିବେ । paytm ନିଜ ପ୍ଲାଟଫର୍ମରେ ଏକ ନୂଆ ଫିଚର ଲଞ୍ଚ କରିଛି, ଯାହା ମାଧ୍ୟମରେ ବ୍ୟବହାରକାରୀ 24 ଘଣ୍ଟା ଏହି IPOରେ ନିବେଶ କରିପାରିବେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.