ETV Bharat / business

Share Market: ପୁଞ୍ଜି ବଜାରରେ ଉତ୍ସାହ, ଆରମ୍ଭରୁ ସେନସେକ୍ସର ଲମ୍ବା ଲମ୍ଫ

author img

By

Published : Mar 10, 2022, 10:42 AM IST

ବଜାରରେ ଉତ୍ସାହ । କାରବାର ଆରମ୍ଭରୁ 1400 ପଏଣ୍ଟ ବୃଦ୍ଧି ପାଇଲା ବିଏସଇ ସେନସେକ୍ସ । 16,745 ପଏଣ୍ଟରେ କାରବାର କରୁଛି ନିଫ୍ଟି । ଅଧିକ ପଢନ୍ତୁ

Share Market: ପୁଞ୍ଜି ବଜାରରେ ଉତ୍ସାହ, ଆରମ୍ଭରୁ ସେନସେକ୍ସର ଲମ୍ବା ଲମ୍ଫ
Share Market: ପୁଞ୍ଜି ବଜାରରେ ଉତ୍ସାହ, ଆରମ୍ଭରୁ ସେନସେକ୍ସର ଲମ୍ବା ଲମ୍ଫ

ମୁମ୍ବାଇ: ଆଜି ୫ଟି ରାଜ୍ୟରେ ଚାଲିଛି ବିଧାନସଭା ନିର୍ବାଚନ ଭୋଟ ଗଣତି । ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ପୁଞ୍ଜି ବଜାରରେ ମଧ୍ୟ ଖୁବ୍ ଉତ୍ସାହ ଦେଖାଯାଇଛି । ଆଜି ଇକ୍ବିଟି ସୂଚକାଙ୍କ ସବୁଜ ସଙ୍କେତରେ ଖୋଲିଛି । ବଜାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ(BSE indices) ସେନସେକ୍ସ 1400 ପଏଣ୍ଟ ବୃଦ୍ଧି ପାଇଛି । NSE ନିଫ୍ଟି ମଧ୍ୟ ୩୧୫.୯୦ ପଏଣ୍ଟ ଉଛୁଳିଛି । (1400 points, trading at 56,050; Nifty trading at 16,745)

୩୦ ସେୟାର ଆଧାରିତ BSE ସେନସେକ୍ସ 1400 ପଏଣ୍ଟର ଲମ୍ବା ଲମ୍ଫ ସହ 56,050 ପଏଣ୍ଟରେ ଏବେ କାରବାର କରୁଛି । ଅନୁରୂପ ଭାବେ ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ମଧ୍ୟ ୧.୯୩ ପ୍ରତିଶତ ବା ୩୧୫ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ 16,745 ପଏଣ୍ଟରେ କାରବାର କରୁଛି ।

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ ପାଇଁ କିଛି ଦିନ ହେଲା ସେୟାର ମାର୍କେଟ ଧରାଶାୟୀ ହୋଇପଡିଥିଲା । ଇକ୍ବିଟି ସୂଚକାଙ୍କ ତଳମୁହାଁ ହେବା ସହ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ ନିବେଶକ । ମାତ୍ର ବୁଧବାର ବଜାରରେ ସୁଧାର ଆସିଥିଲା । ସେନସେକ୍ସ ୧,୨୨୩ ପଏଣ୍ଟ ବୃଦ୍ଧି ସହ ୫୪,୬୪୭ ପଏଣ୍ଟରେ କାରବାର ବନ୍ଦ କରିଥିଲା । ସେହିପରି ନିଫ୍ଟି ୩୩୨ ପଏଣ୍ଟ ବୃଦ୍ଧି ପାଇ ୧୬,୩୪୫ ଅଙ୍କରେ ବନ୍ଦ ହୋଇଥିଲା । ୫ ରାଜ୍ୟରେ ଭୋଟ ଗଣତି ଚାଲିଥିବା ବେଳେ ଏହାର ପ୍ରଭାବ ବଜାରରେ ପଡିଛି । ନିବେଶକ ଖୁବ୍ ଉତ୍ସାହର ସହ ସେୟାର କିଣୁଥିବାରୁ ବଜାର କାରବାର ଭଲ ଚାଲିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.