ETV Bharat / business

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଲା ତେଲ ଦର

author img

By

Published : Jun 29, 2020, 8:44 AM IST

ଲଗାତାର 21 ଦିନ ବଢିବା ପରେ ରବିବାର ତୈଳ ଦରରେ ବୃଦ୍ଧି ହୋଇନଥିଲା । ଅଧିକ ପଢନ୍ତୁ...

ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଲା ତେଲ ଦର
ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ: ଦେଶରେ ତୈଳ ଦର ଆକାଶ ଛୁଆଁ ହେଉଛି । ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଲା ତେଲ ଦର । ଲଗାତାର 21 ଦିନ ବଢିବା ପରେ ରବିବାର କୌଣସି ବୃଦ୍ଧି ଘଟିନଥିଲା । ଆଜି ସକାଳୁ ପୁଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହୋଇଛି ।

ସୋମବାର(ଆଜି) ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 5 ପଇସା ବୃଦ୍ଧି ପାଇଛି । ଡିଜେଲ ଦର 13 ପଇସାକୁ ବଢିଛି । ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା 80.43 ରହିଥିବାବେଳେ ଡିଜେଲର ମୂଲ୍ୟ 80.53 ରହିଛି । ତେବେ ଆଜି ପୁଣି ପେଟ୍ରୋଲ ଅପେକ୍ଷା ଡିଜେଲ ଦରଦାମ ଅଧିକ ରହିଛି ।

ଗତ ଶୁକ୍ରବାର ପେଟ୍ରୋଲ ଲିଟର ପିଛା 21 ପଇସା ଏବଂ ଡିଜେଲରେ ଲିଟର ପିଛା 17 ପଇସା ବୃଦ୍ଧି କରାଯାଇଛି। ଶନିବାର ପେଟ୍ରୋଲରେ ଲିଟର ପିଛା 25 ପଇସା ଏବଂ ଡିଜେଲରେ ଲିଟର ପିଛା 21 ପଇସା ବୃଦ୍ଧି ଘଟିଛି। ରବିବାର ଦିନ ତେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ ।

ସୂଚନାଯୋଗ୍ୟ, ଜୁନ 7ରୁ ପେଟ୍ରୋଲିୟମ କମ୍ପାନୀମାନେ ଜୁନ 27(ଶନିବାର) ପର୍ଯ୍ୟନ୍ତ ଲଗାତାର ତେଲ ଦରରେ ବୃଦ୍ଧି କରିଥିଲେ । ଏହା ପୂର୍ବରୁ 82 ଦିନ ପର୍ଯ୍ୟନ୍ତ କୌଣସି ଦର ବୃଦ୍ଧି କରାଯାଇନଥିଲା । ଇତିହାସରେ ପ୍ରଥମ ଥର ପେଟ୍ରୋଲ ବଦଳରେ ଡିଜେଲ ଦର ମହଙ୍ଗା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.