ETV Bharat / business

47 ହଜାର ଟପିଲା ସୁନା, ରୂପା ମହଙ୍ଗା

author img

By

Published : May 7, 2021, 6:07 PM IST

ବିବାଜ ସିଜନ ମଧ୍ୟରେ ବଢିଲା ସୁନା ଦାମ । ଶୁକ୍ରବାର ସୁନା ରୂପା ଦାମ ବୃଦ୍ଧି ହୋଇଛି । ବିବାହ ଓ ପାର୍ବଣ ସମୟରେ ସୁନା ଦାମ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ..

47 ହଜାର ଟପିଲା ସୁନା , ରୂପା ମହଙ୍ଗା
47 ହଜାର ଟପିଲା ସୁନା , ରୂପା ମହଙ୍ଗା

ନୂଆଦିଲ୍ଲୀ: ବୈଶ୍ବିକ ବହୁମୂଲ୍ୟ ଧାତୁ ଦାମ ସୁଦୃଢ ମଧ୍ୟରେ ସରଫରା ବଜାରରେ ଶୁକ୍ରବାର ସୁନା ଦାମ ବୃଦ୍ଧି ହୋଇଛି । ଆଜି ଘରୋଇ ବଜାରରେ ସୁନା ଦାମ 10 ଗ୍ରାମ ପ୍ରତି 474 ଟଙ୍କା ବଢି 47,185 ଟଙ୍କାରେ ପହଞ୍ଚିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବ କାରବାର ସିଜନରେ ସୁନା ଦାମ 10 ଗ୍ରାମ ପିଛା 46,711 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ଶୁକ୍ରବାର ରୂପା ଦାମ କିଲୋ ପିଛା 1,050 ଟଙ୍କା ବଢି 70,791 ଟଙ୍କାରେ ପହଞ୍ଚିଛି । ଗତ ସିଜନରେ ଏହା 69,741 ଟଙ୍କାରେ ବନ୍ଦ ହୋଇଥିଲା ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ( କମୋଡିଟି) ତପନ ପଟେଲ କହିଛନ୍ତି କି, ‘‘ ବୈଶ୍ବିକ ସୁନା ଦାମ ଦାମରେ ବୃଦ୍ଧି ଆସିବା ସହ ଦିଲ୍ଲୀରେ 24 କ୍ୟାରେଟ ସୁନା ର ଦାମ 474 ଟଙ୍କା ବଢିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଲାଭ ସହ ଆଉନ୍ସ ପିଛା 1,820 ଡଲାର ହୋଇଛି । ଯେତେବେଳେ କି ରୂପା ଆଉନ୍ସ ପ୍ରତି 27.33 ଡଲାରରେ ଅପରିବର୍ତ୍ତିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.