ETV Bharat / business

ପାଖଉଛି ବିବାହ ତିଥି, ଖସିଲା ସୁନା ଦାମ

author img

By

Published : Feb 12, 2021, 9:11 PM IST

ଆଗକୁ ବିବାହ ତିଥି ରହିଥିଲା ବେଳେ ସୁନା ଦାମ ହ୍ରାସ ଗହଣା ପ୍ରେମୀଙ୍କ ଆଶ୍ବସ୍ତି ଦେଇଛି । ଅଧିକ ପଢନ୍ତୁ...

ପାଖଉଛି ବିବାହ ତିଥି, ଖସିଲା ସୁନା ଦାମ
ପାଖଉଛି ବିବାହ ତିଥି, ଖସିଲା ସୁନା ଦାମ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ବଳବାନ ହେବା ପରେ ହ୍ରାସ ହୋଇଛି ସୁନା ଦାମ । ରାଷ୍ଟ୍ରୀୟ ରାଜଧାନୀରେ ଶୁକ୍ରବାର ସୁନା ଦାମ 10 ଗ୍ରାମ ପ୍ରତି 661 ଟଙ୍କା ହ୍ରାସ ହୋଇ 46,847 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ପୂର୍ବ କାରବାର ଦିବସରେ ମୂଲ୍ୟବାନ ଧାତୁ ସୁନା ଦାମ 10 ଗ୍ରାମ ପ୍ରତି 47,508 ଟଙ୍କା ରହିଥିଲା । ସେହିଭଳି ଆଜି ରୂପା ଦାମ କିଲୋ ପ୍ରତି 347 ଟଙ୍କା କମି 67,894 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ପୂର୍ବ କାରବାରରେ ଏହା କିଲୋ ପିଛା 68,241 ଟଙ୍କା ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,815 ଡଲାର ଓ ରୂପା ଦାମ 26.96 ଡଲାର ଅଛି । ତେବେ ଆଗକୁ ବିବାହ ତିଥି ରହିଥିଲା ବେଳେ ସୁନା ଦାମ ହ୍ରାସ ଗହଣା ପ୍ରେମୀଙ୍କ ଆଶ୍ବସ୍ତି ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.