ETV Bharat / business

ବଢିଲା ସୁନା, ଖସିଲା ରୂପା

author img

By

Published : Jul 2, 2021, 7:11 PM IST

ବଢିଲା ସୁନା ଦର । ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା 10 ଗ୍ରାମ ପିଛା 251 ଟଙ୍କା ବୃଦ୍ଧି ପାଇ 46,615 ରହିଛି । ଏଚଡିଏଫସି ସିକ୍ୟୁରିଟି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ବଢିଲା ସୁନା, ଖସିଲା ରୂପା
ବଢିଲା ସୁନା, ଖସିଲା ରୂପା

ନୂଆଦିଲ୍ଲୀ: ବଢିଲା ସୁନା ଦର । ମଜବୁତ ଗ୍ଲୋବାଲ ଟ୍ରେଣ୍ଡ ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ସହ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା 10 ଗ୍ରାମ ପିଛା 251 ଟଙ୍କା ବୃଦ୍ଧି ପାଇ 46,615 ରହିଛି । ପୂର୍ବ କାରବାର ସମୟରେ ଏହି ମୂଲ୍ୟବାନ ମେଟାଲ ପ୍ରତି 10 ଗ୍ରାମ ପିଛା 46,364 ଟଙ୍କାରେ ବନ୍ଦ ହୋଇଥିଲା । ହେଲେ ଶୁକ୍ରବାର ରୂପାର ଦାମ୍ 256 ଟଙ୍କା କମିଛି । ଫଳରେ ବର୍ତ୍ତମାନ ରୂପା କିଲୋଗ୍ରାମ 68,458 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟି ଏନେଇ ସୂଚନା ଦେଇଛି ।

ଏଚଡିଏଫସି ସିକ୍ୟୁରିଟିର ସିନିୟର ଆନାଲିଷ୍ଟ ତପନ ପଟେଲ କହିଛନ୍ତି ଯେ, ଫାର୍ମ COMEX ସୁନା ମୂଲ୍ୟ ଏବଂ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ସହ ଦିଲ୍ଲୀରେ ପ୍ରଚଳିତ 24 କ୍ୟାରେଟ ସୁନା ଦର 251 ଟଙ୍କା ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର କାରବାର ଆରମ୍ଭରେ ଆମେରିକା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 20 ପଇସା ଦୁର୍ବଳ ହୋଇ 74.75 ରହିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ବୃଦ୍ଧି ପାଇ ପ୍ରତି ଅନ୍ସ ପିଛା 1,778 ଡଲାରରେ କାରବାର କରିଥିଲା ଏବଂ ଅନ୍ସ ପିଛା ରୂପା 26.03ରେ ଫ୍ଲାଟ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.