ETV Bharat / business

ସୁନା-ରୂପା ମହଙ୍ଗା

author img

By

Published : Dec 23, 2020, 7:04 PM IST

ବୈଶ୍ବିକ ବଜାରରେ ସୁଦୃଢ ସଙ୍କେତ ମଧ୍ୟରେ ସ୍ଥାନୀୟ ସରଫରା ବଜାରରେ ବୃଦ୍ଧି ହୋଇଛି ସୁନା ଦାମ । ଏଥିସହ ରୂପା ଦାମ ମଧ୍ୟ ଉଛୁଳିଛି । ଅଧିକ ପଢନ୍ତୁ..

ସୁନା-ରୂପା ମହଙ୍ଗା
ସୁନା-ରୂପା ମହଙ୍ଗା

ନୂଆଦିଲ୍ଲୀ: ସ୍ଥାନୀୟ ସରଫରା ବଜାରରେ ମହଙ୍ଗା ସୁନା । ବୁଧବାର ସୁନା ଦାମ ବୃଦ୍ଧି ପାଇ 50 ହଜାର ନିକଟତର ହୋଇଛି । ସେହିଭଳି ରୂପା ଦାମ ମଧ୍ୟ ଆଜି ବୃଦ୍ଧି ପାାଇଛି ।

ବୁଧବାର ସୁନା ଦାମ 10 ଗ୍ରାମ ପ୍ରତି 252 ଟଙ୍କା ବଢି 49,506 ଟଙ୍କା ରହିଛି । ଏହା ପୂର୍ବରୁ ମଙ୍ଗଳବାର ସୁନା ଦାମ 10 ଗ୍ରାମ ପ୍ରତି 49,758 ଟଙ୍କା ଥିଲା ।

ସେପଟେ ରୂପା ଦାମ ମଧ୍ୟ କିଲୋ ପିଛା 933 ଟଙ୍କା କମି 66,493 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବ ଦିନ ଏହା କିଲୋ ପ୍ରତି 67,426 ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଲାଭ ସହ ଆଉନ୍ସ ପିଛା 1,868 ଡଲାର ଓ ରୂପା 25.53 ଡଲାର ଅଛି । ବୈଶ୍ବିକ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଘରୋଇ ସେୟାର ବଜାରରେ ଉଭୟ ସେନସେକ୍ସ ଓ ନିଫ୍ଟି ବଢିବା ସହ ବହୁ ମୂଲ୍ୟ ଧାତୁ ମଧ୍ୟ ମହଙ୍ଗା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.