ETV Bharat / business

ପଞ୍ଜାବ ଲାଗୁ କଲା ‘ୱାନ ନେସନ ୱାନ ରାସନ କାର୍ଡ’ ସଂସ୍କାର

author img

By

Published : Feb 13, 2021, 6:41 PM IST

‘ ୱାନ ନେସନ ୱାନ ରାସନ କାର୍ଡ ’ ବା ଏକ ଦେଶ ଏକ ରାସନ କାର୍ଡ ସୁଧାର ପ୍ରକ୍ରିୟା ପୂରଣ କଲା ପଞ୍ଜାବ । ଏହାକୁ ମିଶାଇ 13 ଟି ରାଜ୍ୟ ୱାନ ନେସନ ୱାନ ରାସନ କାର୍ଡ ସଂସ୍କାରକୁ ଗ୍ରହଣ କଲେଣି । ଅଧିକ ପଢନ୍ତୁ..

ପଞ୍ଜାବ ଲାଗୁ କଲା ‘ୱାନ ନେସନ ୱାନ ରାସନ କାର୍ଡ’ ସଂସ୍କାର
ପଞ୍ଜାବ ଲାଗୁ କଲା ‘ୱାନ ନେସନ ୱାନ ରାସନ କାର୍ଡ’ ସଂସ୍କାର

ନୂଆଦିଲ୍ଲୀ: ଆଉ ଏକ ରାଜ୍ୟ ପୂରଣ କଲା ‘ ୱାନ ନେସନ ୱାନ ରାସନ କାର୍ଡ ’ ବା ଏକ ଦେଶ ଏକ ରାସନ କାର୍ଡ ସୁଧାର ପ୍ରକ୍ରିୟା । ଏଭଳି ସଂସ୍କାରକୁ ଆପଣାଇଛି ପଞ୍ଜାବ । ଏହାକୁ ମିଶାଇ 13ଟି ରାଜ୍ୟ ୱାନ ନେସନ ୱାନ ରାସନ କାର୍ଡ ସଂସ୍କାରକୁ ଗ୍ରହଣ କଲେଣି ।

ଏହି ତାଲିକାରେ ସାମିଲ ସହ ପଞ୍ଜାବ ଖୋଲା ବଜାରରୁ ଏବେ 1516 କୋଟି ଟଙ୍କାର ଅତିରିକ୍ତ ଋଣ ନେଇପାରିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ଦ୍ବାରା ଲାଗୁ ବ୍ୟବସ୍ଥା ଅଧିନରେ ପଞ୍ଜାବ ଏବେ ନିଜର ଆର୍ଥିକ ଆବଶ୍ୟକତାରୁ ପୂରଣ କରିବାରେ ଅଧିକ ସକ୍ଷମ ହୋଇପାରିବ ।

ପଞ୍ଜାବ ପୂର୍ବରୁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୋଆ, ଗୁଜୁରାଟ, ହରିୟାଣା , କେରଳ , ମଧ୍ୟପ୍ରଦେଶ, ତେଲେଙ୍ଗାନା, ତ୍ରିପୁରା ଓ ଉତ୍ତରପ୍ରଦେଶ, ତେଲେଙ୍ଗାନା ଏହି ସୁଧାରକୁ ସଫଳତାର ସହ ସମ୍ପୂର୍ଣ୍ଣ କରିଛି । ତେବେ ଏହି ଉପଲବ୍ଧିକୁ ହାସଲ କରିବା ପରେ ଏହି 13 ରାଜ୍ୟ ଏବେ ମୁକ୍ତ ବଜାରରୁ 34,956 କୋଟି ଟଙ୍କାର ଅତିରିକ୍ତ ଋଣ ନେଇପାରିବେ ।

ଏହାର ସବୁଠୁ ଅଧିକ ଫାଇଦା ଉତ୍ତରପ୍ରଦେଶକୁ ମିଳିଛି । ରାଜ୍ୟକୁ ଏହାର ସୁବିଧା ଅଧିନରେ 4,851 କୋଟି ଟଙ୍କାର ଅତିରିକ୍ତ ଋଣ ଏକତ୍ର ପାଇଁ ଅନୁମତି ମିଳିଛି । କର୍ଣ୍ଣାଟକକୁ 4,509 କୋଟି ଟଙ୍କା ତଥା ଗୁଜୁରାଟକୁ 4,352 କୋଟି ଟଙ୍କା ଅତିରିକ୍ତ ଋଣ ଏକତ୍ର ପାଇଁ ଅନୁମତି ମିଳିଛି ।

କୋଭିଡ-19 ମହାମାରୀ ଚ୍ୟାଲେଞ୍ଜ ମଧ୍ୟରେ କେନ୍ଦ୍ର ସରକାର ମେ ମାସରେ ରାଜ୍ୟର ଋଣ ନେବା ସୀମାକୁ ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର 2 ପ୍ରତିଶତ ଯାଏଁ ବଢାଇଥିଲେ ।

ୱାନ ନେସନ ୱାନ ରାସନ କାର୍ଡର ରହିଛି ଏହି ଫାଇଦା

ୱାନ ନେସନ ୱାନ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରିବାର ଲକ୍ଷ୍ୟ ହେଉଛି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଇବା । ଏଥିସହ ନକଲି କିମ୍ବା ଅଯୋଗ୍ୟ କାର୍ଡଧାରୀଙ୍କୁ ଚିହ୍ନଟ କରିବା ସହିତ ରାଜ୍ୟମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେବେ। ହିତାଧିକାରୀଙ୍କ ଆଧାର କାର୍ଡ ରାସନ କାର୍ଡ ସହିତ ଲିଙ୍କ କରାଯାଇଥାଏ । ଯାହା ପରେ ବାୟୋମେଟ୍ରିକ ଜରିଆରେ ଲାଭାର୍ଥୀଙ୍କୁ ସେମାନଙ୍କ କୋଟା ହିସାହରେ ଶସ୍ୟମୁହାଁ କରାଯାଇପାରପାରିବ । ଯଦି ଏକ ରାଜ୍ୟ ସରକାର ଏହାର ସମସ୍ତ ହିତାଧିକାରୀଙ୍କ ଆଧାର କାର୍ଡକୁ ରାସନ କାର୍ଡ ସହିତ ସଂଯୋଗ କରନ୍ତି ଏବଂ ସମସ୍ତ ଉଚିତ ମୂଲ୍ୟ ସେଲକୁ ସ୍ବୟଂଚାଳିତ କରିବାରେ ସଫଳ ହୁଅନ୍ତି, ତେବେ ରାଜ୍ୟ ଖୋଲା ବଜାରରୁ ଜିଡିପିର 0.25 ପ୍ରତିଶତ ଋଣ ନେଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.